କଟକ,(ବି.ବି.ବୁ୍ୟରୋ): ଜେଲ୍ରେ ରହି ବି କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଭାଇ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ (ଡି-ବ୍ରଦର୍ସ) ସେମାନଙ୍କର ଗ୍ୟାଙ୍ଗ୍କୁ ସକ୍ରିୟ କରାଉଛନ୍ତି । ନିଜର ଖାସ୍ ସହଯୋଗୀଙ୍କ ଜରିଆରେ ସହରରେ ଦାଦାବଟି ଆଦାୟ କରିବାରେ ଦୁଇ ଭାଇ ଲାଗି ପଡ଼ିଛନ୍ତି । ବାଲିଘାଟ ମାଲିକ, ଠିକାଦାର ଓ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଗ୍ୟାଙ୍ଗ୍ ବଟି ଆଦାୟ କରୁଛି । ଏହିକ୍ରମରେ ସୋମବାର ସିଡିଏ ବାଲିଘାଟରେ ଡି’ ବ୍ରଦର୍ସ ଗ୍ୟାଙ୍ଗ୍ର ତିନି ସଦସ୍ୟ ବଟି ଆଦାୟ କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଡି’ବ୍ରଦର୍ସଙ୍କ ପ୍ରମୁଖ ସହଯୋଗୀ ତଥା ସିଏମ୍ସିର ପୂର୍ବତନ କର୍ପୋରେଟର ଦେଉଳସାହିର ରଂଜିତା ବିଶ୍ୱାଳ ଧରାପଡ଼ିଛି । ସେହିପିର ଗିରଫ ଅନ୍ୟ ସହଯୋଗୀମାନେ ହେଲେ ଚାନ୍ଦିନୀଚୌକ ହସନବାଦର ରନିଆ ଓରଫ ରଞ୍ଜିତ ସିଂହ ଓ ମାନସିଂହପାଟଣାର ସାଇକେଲ୍ ନନା ଓରଫ ଗୁଜି ଓରଫ ସୁଚିତ୍ର ରଂଜନ ମହାପାତ୍ର । ଏଥିସହିତ ଡି’ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରୁ ୧ ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି ଗୋଟିଏ ସ୍କୁଟି ଏବଂ ଗୋଟିଏ ମୋବାଇଲ ମଧ୍ୟ ଜବତ କରାଯାଇଛି । ଡି-ବ୍ରଦର୍ସ ଗ୍ୟାଙ୍ଗର ଆଉ କେଉଁ ସହଯୋଗୀ ଏବେ ସକ୍ରିୟ ଅଛନ୍ତି ସେନେଇ ପୁଲିସ ଖୋଳତାଡ଼ କରୁଛି ବୋଲି ଆଜି ସିଡିଏ ଫେଜ୍-୨ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସିପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ଥାନା ଆଇଆଇସି ବିଜୟିନୀ ସିଂହ ସୂଚନା ଦେଇଛନ୍ତି ।
ପୁଲିସ କହିବା ମୁତାବକ, ଗତକାଲି ସିଡିଏ ଫେଜ୍-୨ ଥାନାକୁ ଖବର ମିଳିଥିଲା କି ସେକ୍ଟର-୧୩ ଗଡ଼ା ପାଖରେ ଧଳସାମନ୍ତ ଗ୍ୟାଙ୍ଗ୍ର ତିନି ସହଯୋଗୀ ସ୍ଥାନୀୟ ଅଞ୍ଚଳର ଜଣେ ବାଲିଘାଟ ମାଲିକଙ୍କୁ ବଟି ମାଗିବା ପାଇଁ ଏକାଠି ହୋଇଛନ୍ତି । ସୂଚନା ଆଧାରରେ ଥାନା ଇନ୍ସପେକ୍ଟର ବିଜୟିନୀ ସିଂହଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଞ୍ଚିଥିଲା । ପୁଲିସ ଗାଡ଼ିକୁ ଦେଖି ସେଠାରୁ ହଠାତ୍ ଜଣେ ମହିଳା ଓ ଜଣେ ଯୁବକ ଏକ ସ୍କୁଟି ଗାଡ଼ିରେ ଖସି ଯାଇଥିଲେ । ମାତ୍ର ଘଟଣା ସ୍ଥଳରୁ ରନିଆ ଓରଫ ରଂଜିତ ସିଂହଙ୍କୁ ପୁଲିସ ଧରିନେଇଥିଲା । ରନିଆକୁ ଥାନାକୁ ନେଇ ଅଧିକ ଜେରା କରିବାରୁ ସେ ସବୁ କଥା ମାନି ଯାଇଥିଲା । ଘଟଣା ସ୍ଥଳରୁ ରଂଜିତା ବିଶ୍ୱାଳ ଓ ସୁଚିତ୍ର ମହାପାତ୍ର ଖସିଯାଇଥିବା ସେ ସୂଚନା ଦେଇଥିଲା । ସେମାନେ ସୁଶାନ୍ତ ଧଳସାମନ୍ତ ଓ ସୁଶିଲ ଧଳସାମନ୍ତଙ୍କ ନିଦେ୍ର୍ଧଶରେ କିଛି ମାସ ହେବ ସହରରେ ବଟି ଆଦାୟ କରୁଥିବା ପୁଲିସକୁ କହିଥିଲା । ଏହି ଆଧାରରେ ପୁଲିସ ରଂଜିତା ଓ ସୁଚିତ୍ରକୁ ଗିରଫ କରିଥିଲା । ତିନି ଜଣଙ୍କୁ ମୁହାଁମୁହିଁ ବସାଇ ପୁଲିସ ଜେରା କରିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଥିଲା । କିଛି ମାସ ତଳୁ ସୁଶାନ୍ତ ଓ ସୁଶୀଲ ଜେଲ୍ ଭିତରୁ ରହି ଫୋନ୍ ଯୋଗେ ରଂଜିତାକୁ ଯୋଗାଯୋଗ କରୁଥିଲେ । ପୁନର୍ବାର କିପରି ସହରରେ ଗ୍ୟାଙ୍ଗ୍କୁ ସକ୍ରିୟ କରାଯିବ ସେନେଇ ଦୁଇ ଭାଇ ନିଦେ୍ର୍ଧଶ ଦେଇଥିଲେ । ଖାସ୍କରି ସହରରେ ଥିବା ବାଲିଘାଟ ମାଲିକ, ଠିକାଦାର ଓ ପ୍ରତିÂିତ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କଠାରୁ ମୋଟା ଅଙ୍କର ବଟି ଆଦାୟ କରିବା ପାଇଁ ଦୁଇ ଭାଇ ରଂଜିତାକୁ ଦାୟିତ୍ୱ ଦେଇଥିଲେ । ଏପରିକି ବଟି ଆଦାୟ କରିସାରିବା ପରେ ସବୁ ଟଙ୍କା ସିଡିଏରେ ରହୁଥିବା ତାଙ୍କର ବାପାଙ୍କୁ ଦେବା ପାଇଁ କୁହାଯାଇଥିଲା । ଏହି ଅନୁସାରେ ରଂଜିତା ଡି’ଗ୍ୟାଙ୍ଗ୍ର ପୁରୁଣା ଦୁଇ ସହଯୋଗୀ ମାନିଆ ଓ ସୁଚିତ୍ରକୁ ଏକାଠି କରିଥିଲା । ପରେ ତିନି ଜଣ ମିଶି ଏକ ତାଲିକା ଅନୁସାରେ ବଟି ଆଦାୟ କରିବା ଆରମ୍ଭ କରିଥିଲେ । ଦଶହରା ସମୟରୁ ସେମାନେ ଅଧିକ ସକ୍ରିୟ ହୋଇ ବଟି ଆଦାୟ କରୁଛନ୍ତି । କିଛି ଦିନ ତଳେ ଅଭିଯୁକ୍ତମାନେ ସିଡିଏରେ ଚାଲିଥିବା ଏକ ବାଲିଘାଟର ମାଲିକଙ୍କୁ ଫୋନ୍ କରି ବଟି ମାଗିଥିଲେ । ହେଲେ ଘାଟ ମାଲିକ ଟଙ୍କା ଦେଇନଥିଲେ । ତେଣୁ ଗତକାଲି ସନ୍ଧ୍ୟାରେ ତିନି ଅଭିଯୁକ୍ତ ଏକାଠି ହୋଇ ଉକ୍ତ ଘାଟ ମାଲିକଠାରୁ କିପରି ଟଙ୍କା ଆଦାୟ କରିହେବ ତାହା ଯୋଜନା କରୁଥିଲେ । ଏହି ସମୟରେ ପୁଲିସ ଚଢ଼ଉ କରି ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନେ ପୁଲିସକୁ ସୂଚନା ଦେଇଛନ୍ତିକି, ସେମାନେ ଏକାଧିକ ସ୍ଥାନରୁ ବଟି ଟଙ୍କା ଆଣି ସୁଶାନ୍ତ ଓ ସୁଶୀଲର ବାପାଙ୍କୁ ଦେଇଛନ୍ତି । ଏହି ଆଧାରରେ ପୁଲିସ ଟିମ୍ ଡି’ବ୍ରଦର୍ସଙ୍କ ସିିଡିଏ ସ୍ଥିତ ଘରେ ଚଢ଼ଉ କରି ପ୍ରାୟ ୧ ଲକ୍ଷ ଟଙ୍କା ଜବତ କରିଛି । ଡି’ ଗ୍ୟାଙ୍ଗ୍ର ଏହି ବଟି ଆଦାୟ କାମରେ ଅନ୍ୟ କେହି ସାମିଲ ଅଛିକି ନାହିଁ ଏବଂ ଗିରଫ ତିନି ଅଭିଯୁକ୍ତ ଅନ୍ୟ କାହାଠାରୁ ବଟି ଟଙ୍କା ଆଣିଛନ୍ତି ତାହାର ତଦନ୍ତ ଏବେ ଫେଜ୍-୨ ଥାନା ପୁଲିସ କରୁଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଅନ୍ୟପଟେ ଅଭିଯୁକ୍ତ ରଂଜିତା ବିଶ୍ୱାଳର ଜାମିନ ଆବେଦନ ଏସ୍ଡିଜେଏମ୍ଙ୍କ ଅଦାଲଦରେ ଖାରଜ ହୋଇଛି ।
Comments are closed, but trackbacks and pingbacks are open.