ଆନନ୍ଦପୁର: ଆନନ୍ଦପୁର ପୌରପରିଷଦର ୧୩ ନମ୍ବର ୱାର୍ଡ ପୂର୍ବତନ ର୍କାଉନସିଲରଙ୍କ ସ୍ୱାମୀଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆନନ୍ଦପୁର ପୌରପରିଷଦର ୧୩ ନମ୍ବର ୱାର୍ଡର କାଉନସିଲର ସୁଭଦ୍ରା ଦେହୁରୀ। ତାଙ୍କ ସ୍ୱାମୀ ବିଦ୍ୟାଧର ନାହାକ ଗତକାଲି ରାତିରେ ଖାଇପିଇ ଶୋଇବା ପରେ ଆଜି ସକାଳୁ ଏକ ରସି ଯୋଗେ ଘର ଭିତରେ ଝୁଲିଥିବାର ଦେଖିବାକୁ ମିଳିଛି।
ବିଦ୍ୟାଧରଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଷିପୁରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ କୁ ପଠାଇଛି।
Comments are closed, but trackbacks and pingbacks are open.