ପୂର୍ବତନ ଫୁଟବଲ୍ ଖେଳାଳି ଏମ୍ଡି ସମ୍ସାଦ୍ଙ୍କ ପରଲୋକ

Get real time updates directly on you device, subscribe now.

କଟକ, (ବି.ବି.ବ୍ୟୁରୋ): ପୂର୍ବତନ ଜାତୀୟ ସ୍ତରୀୟ ଫୁଟବଲ୍ ଖେଳାଳି ମହମ୍ମଦ ସମ୍ସାଦ୍ ଖାନ୍(ବଲା ଭାଇ)ଙ୍କ ମଙ୍ଗଳବାର ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ସେ ତାଙ୍କ କ୍ୟାରିୟରରେ ବହୁ ଥର ଓଡି଼ଶା ଦଳରୁ ପ୍ରତିନିଧିତ୍ୱ କରି ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ସେ ଡାକ ବିଭାଗରେ ଚାକିରୀ କରି ଅବସର ନେଇଥିଲେ । ତାଙ୍କ ବିୟୋଗରେ ଫାଓ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons