ରାୟଗଡା,(ବି.ବି.ନୁ୍ୟଜ୍): ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବାଚସ୍ପତି ଲାଲ୍ବିହାରୀ ହିମିରିକା ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଡାଇବେଟିକ୍ରେ ପୀଡିତ ଶ୍ରୀ ହିମିରିକାଙ୍କୁ କିଛିଦିନ ହେଲା ଜ୍ୱର ହୋଇଥିଲା । ଜ୍ୱର ନଛାଡିବାରୁ ଆଜି ସକାଳ ୧୦ଟାରେ ଜିଲ୍ଲା ସଦର ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଭର୍ତ୍ତି ହେବା କିଛି ସମୟ ପରେ ତାଙ୍କ ପରିସ୍ରା ବନ୍ଦ ହୋଇଯାଇଥିଲା । ଭେଷଜ ୱାର୍ଡରେ ରଖାଯାଇ ପ୍ରାୟ ୯ଘଣ୍ଟା ଧରି ଚିକିତ୍ସା କରାଯାଇଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟି ନଥିଲା । ଫଳରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଉଚ୍ଚଚିକିତ୍ସା ନିମନ୍ତେ ସନ୍ଧ୍ୟା ୭ଟାରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ଶ୍ରୀ ହିମିରିକା ମେଡିକାଲରେ ଥିବା ବେଳେ ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ସହ ଅନ୍ୟାନ୍ୟ ବିଜେଡି ନେତାମାନେ ଉପସ୍ଥିତ ରହି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।


Comments are closed, but trackbacks and pingbacks are open.