ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କର ଦେହାନ୍ତ , ଭାରତର ୧୩ତମ ରାଷ୍ଟ୍ରପତି ଭାବେ ଜୁଲାଇ ୨୦୧୨ରୁ ୨୦୧୭ ଯାଏଁ କାର୍ଯ୍ୟ ଭାର ସମ୍ଭାଳିଥିଲେ। ୧୯୬୯ରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେହି ବର୍ଷ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଇଥିଲେ । ପରେ ସେ ୧୯୭୫,୧୯୮୧,୧୯୯୩ ଏବଂ ୧୯୯୯ ମସିହାରେ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହେଇଥିଲେ ।୧୯୭୩ରେ ଇନ୍ଦିରାଙ୍କ କ୍ୟାବିନେଟରେ ତାଙ୍କୁ ଶିଳ୍ପ ବିକାଶ ଉପମନ୍ତ୍ରୀ ନିଯୁକ୍ତ କରାଯାଇଥିଲା । ୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଥିଲେ ।ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କର ଦେହାନ୍ତ । ତାଙ୍କ ପୁଅ ଟ୍ୱିଟ୍ କରି ଦେଲେ ସୂଚନା ।
Comments are closed, but trackbacks and pingbacks are open.