ରାଉରକେଲା,(ବି.ବି.ନୁ୍ୟଜ୍):ଜଣେ ପୂର୍ବତନ ସରପଞ୍ଚଙ୍କୁ ଦୁର୍ବୃତ୍ତମାନେ ଘରୁ ଟେକିନେଇ ବଟି ମାଗିବା ସହ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ କ୍ରକଟ ନାସା ପଞ୍ଚାୟତରେ ଘଟିଛି । ତାଙ୍କ ନାଁ ଅଗ୍ନେସିଅସ୍ ହୋରୋ । ତାଙ୍କ ଘର ଜାମଧରାରେ । ସେ କ୍ରକଟନାଶା ପଞ୍ଚାୟତରେ ସରପଞ୍ଚ ଥିଲେ । ଅଭିଯୋଗ ଅନୁସାରେ , ମଙ୍ଗଳବାର ରାତି ପ୍ରାୟ ଆଠଟା ସମୟରେ ଚାରି ଜଣ ଦୁର୍ବୃତ୍ତ ଅଗ୍ନେସିଅସଙ୍କୁ ଘରୁ ଉଠାଇ ନେଇ ଝାଡଖଣ୍ଡ ସୀମାର ଥିବା ପଟପ ଗାଁକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ତିନି ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନାହିଁ ବୋଲି ସେ କହିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହା ସହ ତାଙ୍କୁ ଡରାଇବାକୁ ୧୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ । ପୋଲିସକୁ ଏହି ବିଷୟରେ ଜଣାଇଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ । ଏହାସହ ଟଙ୍କା ଯୋଗାଡ଼ କରି ରଖ ଆମେ ପରେ ଆସି ନେବୁ ବୋଲି ଦୁର୍ବୃତ୍ତମାନେ ତାଙ୍କୁ କହିଥିଲେ । ଏହାପରେ ଦୁର୍ବୃତ୍ତମାନେ ସେଠାରେ ତାଙ୍କୁ ଛାଡି ଦେଇ ଫେରାର ହୋଇଯାଇଥିଲେ ବୁଧବାର ଏନେଇ ପୂର୍ବତନ ସରପଞ୍ଚ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।


Comments are closed, but trackbacks and pingbacks are open.