ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ଓଡ଼ିଶା: ଧର୍ମେନ୍ଦ୍ର

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଏକବିଂଶ ଶତାବ୍ଦୀରେ ନିଜର ବିଶାଳ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ । ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ବୋଲି ବୁଧବାର ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନ “ଓଡିଶାରେ ପୁଞ୍ଜିନିବେଶର ସୁଯୋଗ ଶୀର୍ଷକ ଭର୍ଚୁଆଲ ଆଲୋଚନାରେ ସାମିଲ ହୋଇ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ହଜାର ହଜାର ବର୍ଷ ପୂର୍ବରୁ ଓଡ଼ିଶାର ସାଧବ ପୁଅମାନେ ସମୁଦ୍ରପଥ ଜରିଆରେ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ଯାଇ ବାଣିଜ୍ୟ ବ୍ୟବସାୟ କରିବା ସହ ରାଜ୍ୟର ଗୌରବ ବଢାଉଥିଲେ । ସେହି ସମୟରେ କଳିଙ୍ଗ ଏବଂ ଉକ୍ରଳ ଭଳି ସଭ୍ୟତା ଉଦାହରଣ ସୃଷ୍ଟି କରିଥିଲା । ତେବେ ବର୍ତ୍ତମାନ ଆମେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ପଦାର୍ପଣ କରିଥିବା ବେଳେ ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ରୂପାନ୍ତର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ଆତ୍ମନିର୍ଭର ଭାରତ’ର ଆହ୍ୱାନ ଦେଇଛନ୍ତି । ଆତ୍ମନିର୍ଭର ଭାରତ କେବଳ ଏକ ଚିନ୍ତାଧାରା ନୁହେଁ ବରଂ ଓଡ଼ିଶା ତଥା ଭାରତକୁ ପ୍ରଗତି ପଥରେ ନେବା ପାଇଁ ସୁଚିନ୍ତିତ ଯୋଜନା । ଏକବିଂଶ ଶତାବ୍ଦୀରେ ସମୁଦ୍ରପଥ ବିଶାଳ ନେଟୱର୍କ ହୋଇଛି । ଓଡ଼ିଶାକୁ ବନ୍ଦରଭିତ୍ତିକ ଅର୍ଥନୀତି କରିବା ଦିଗରେ ପାରାଦୀପ, ଧାମରା, ଗୋପାଳପୁର, ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦରକୁ ବିକଶିତ କରାଯାଉଛି । ଏହି ହିସାବରେ ଓଡିଶାରେ ଶିଳ୍ପଭିତ୍ତିକ ବନ୍ଦର ଅର୍ଥନୀତି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ବନ୍ଦର ସଂଖ୍ୟା ୫ରୁ ୨୫କୁ ବଢ଼ାଇବା ପାଇଁ ପ୍ରଚେଷ୍ଟା କରାଯିବା ଦରକାର । କେନ୍ଦ୍ର ସରକାର ଚଳିତ ବଜେଟରେ ମେରିଟାଇମ୍ ଇକୋନୋମିକୁ ଗୁରୁତ୍ୱ ଦେବା ସହ ପାରାଦୀପରେ ମାଛବନ୍ଦର ପ୍ରତିÂା ହେବା ନେଇ ଘୋଷଣା କରିଛନ୍ତି । ଅପରପକ୍ଷରେ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ସମନ୍ୱୟରେ ଓଡ଼ିଶାରେ ରେଳ, ସଡ଼କପଥ, ଜଳପଥ, ବିମାନପଥକୁ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ମହାନଦୀରେ ନଦୀଭିତ୍ତିକ ବନ୍ଦର ପ୍ରତିÂା ଉପରେ ମଧ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ରାଜ୍ୟରେ ପେଟ୍ରୋଲିୟମ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ଗ୍ୟାସ୍ଗ୍ରିଡରେ ଅଧିକ ପୁଞ୍ଜିନିବେଶ ପାଇଁ ଯୋଜନା କରାଯାଉଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହା ଦ୍ୱାରା ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ସହ ରୋଜଗାର ସୃଷ୍ଟି ହେବ । ଦେଶକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ଓଡ଼ିଶା ମଧ୍ୟ ନିଜକୁ ପ୍ରସ୍ତୁତ କରିବା ସହ ବିଭିନ୍ନ ରୋଡମ୍ୟାପ ତିଆରି କରିବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ ମଙ୍ଗଳବାର ବିଶ୍ୱର ଅନ୍ୟତମ ଅଗ୍ରଣୀ ଇସ୍ପାତ କମ୍ପାନି ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲଙ୍କ ସହ ହୋଇଥିବା ଆଲୋଚନା ଉପରେ ଚର୍ଚ୍ଚା କରିବା ସହ ଓଡ଼ିଶାରେ ଏକ ମହତ୍ୱାକାଂକ୍ଷୀ ବୃହତ୍ ଇସ୍ପାତ କାରଖାନା ପ୍ରତିÂା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଥିବା କଥାକୁ ଦୋହରାଇଛନ୍ତି । ସେ କହିଛନ୍ତି ଗୋଟିଏ ପକ୍ଷରେ ଯାଜପୁର କଳିଙ୍ଗନଗରକୁ ଇସ୍ପାତର ପେଣ୍ଠସ୍ଥଳି କରିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସମନ୍ୱୟରେ ଓଡ଼ିଶାରେ ସର୍ବବୃହତ୍ ଇସ୍ପାତ୍ କାରଖାନା ପ୍ରତିÂା ହେବା ପାଇଁ ଯୋଜନା କରାଯାଉଛି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନିଜର “ପୂର୍ବୋଦୟ ମିଶନ’ରେ ପୂର୍ବ ଭାରତର ଅଭିବୃଦ୍ଧି ନିମନ୍ତେ ନିରନ୍ତର ଉଦ୍ୟମ କରୁଥିବାବେଳେ ପାରାଦୀପ ମଧ୍ୟ ଉର୍ଜା କ୍ଷେତ୍ରରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବା ପାଇଁ ଯାଉଛି । ଓଡିଶାରେ ହେବାକୁ ଥିବା ପାରାଦୀପ-ବଡବିଲ ମଧ୍ୟରେ ଅର୍ଥନୈତିକ କରଡିର, କୋଷ୍ଟାଲ ହାଇୱେ, ପାରାଦୀପରେ ୱେଷ୍ଟର୍ଣ୍ଣ ଡକ ନିର୍ମାଣ, ପରାଦୀପ-ହରିଦାସପୁର ରେଳ ଲାଇନ ପାରାଦୀପ ସମେତ ବିଭିନ୍ନ ବନ୍ଦରଭିତ୍ତିକ ଅର୍ଥନୀତିକୁ ମଜଭୂତ କରିବାରେ ସହାଯ୍ୟ କରିବ । ୱେଲଥ୍ କ୍ରିଏସନ ପାଇଁ ନୁହେଁ ଶିଳ୍ପାୟନ ନିମନ୍ତେ ସୁବିଧା,ସୁଯୋଗ, ଭିତ୍ତିଭୂମି, ନୀତି,ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଦୃଢମତ ଦେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଓଡ଼ିଶାର ସୁଦୀର୍ଘ ବେଳାଭୂମି ମଧ୍ୟ କେବଳ ଓଡିଶା ନୁହେଁ ବରଂ ପୂର୍ବ ଭାରତକୁ ପ୍ରଗତି ପଥରେ ଆଗେଇ ନେବାରେ ଅଗ୍ରସର ହେବ । ଅଧିକ ନିଯୁକ୍ତି ସୁଯୋଗ ଏବଂ ବ୍ୟବସାୟିକ ପ୍ରକ୍ରିୟା ଅର୍ଥନୀତିକୁ ସଶକ୍ତ କରିବ । ଏତଦ୍ବ୍ୟତୀତ ରାଜ୍ୟରେ ପାଇପ୍ଲାଇନ ଭିତ୍ତିଭୂମିକୁ କାର୍ଯ୍ୟକାରୀ କରାଯିବା ସହ ଏଲ୍ଏନ୍ଜି ଧାମରା କାର୍ଯ୍ୟକାରୀ ହେବ । ରେଳ, ସଡ଼କପଥ, ଗ୍ୟାସ ଗ୍ରୀଡ, ସିଟି ଗ୍ୟାସ ନେଟୱର୍କରେ ବୃହତ୍ ମାତ୍ରାରେ ପୁଞ୍ଜିନିବେଶ ହେବ । ଓଡ଼ିଶାର ସୁଦୀର୍ଘ ବେଳାଭୂମି ମଧ୍ୟ ରାଜ୍ୟର ବିକାଶରେ ଗେମ-ଚେଞ୍ଜର ହେବ । ଉଲ୍ଲେଖନୀୟ ଯେ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରିଟାଇମ୍ ଇଣ୍ଡିଆ ସମିଟ୍କୁ ଭର୍ଚୁଆଲ ପ୍ଲାଟଫର୍ମରେ ଉଦ୍ଘାଟନ କରିଥିଲେ ଏବଂ ଏହି ଉଦ୍ଘାଟନୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons