ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ଓଡ଼ିଶା ଏବଂ ପୂର୍ବ ଭାରତର ବିକାଶ ସ୍ୱପ୍ନକୁ ସାକାର କରୁଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବ ଭାରତରେ ଅପାର ସମ୍ଭାବନା ରହିଛି । ପୂର୍ବ ଭାରତ ଏବଂ ଉତ୍ତର ପୂର୍ବ ଅଞ୍ଚଳର ଅଭିବୃଦ୍ଧି ଏବଂ ବିକାଶ ନହେଲେ ଭାରତର ସନ୍ତୁଳିତ ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ତିନିବର୍ଷ ପୂର୍ବେ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମିଶନ ପୂର୍ବୋଦୟ ନିରନ୍ତର ନୀତି ସଂସ୍କାର, ଭିତ୍ତିଭୂମି ବିକାଶ ଏବଂ ଉତ୍ତମ ସଂଯୋଗ ସ୍ଥାପନା ମାଧ୍ୟମରେ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳକୁ ଜାତୀୟ ଅର୍ଥନୀତି ଅଭିବୃଦ୍ଧିର ପ୍ରମୁଖ ନେତୃତ୍ୱ ଭାବେ ଉଭା ହେବା ପାଇଁ ପ୍ରସ୍ତୁତ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଏବଂ ପୂର୍ବ ଭାରତର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାରେ ବିଗତ ୫ ବର୍ଷରେ ସିଜିଡି ନେଟ୍ୱାର୍କର ସଂପ୍ରସାରଣ, ଗ୍ୟାସ୍ ପାଇପଲାଇନ୍, ପେଟ୍ରୋକେମିକାଲ୍, ବିଶୋଧନାଗାର ତଥା ପେଟ୍ରୋଲିୟମ୍ କ୍ଷେତ୍ରରେ ୪୧ ହଜାର କୋଟିର ପୁଞ୍ଜିନିବେଶ ଏହାର ପ୍ରମାଣ । ସେହିପରି ଘରୋଇ ଇସ୍ପାତ କ୍ଷେତ୍ରରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ମିଶନ ପୂର୍ବୋଦୟରେ ଓଡ଼ିଶାକୁ ଇସ୍ପାତ କ୍ଷେତ୍ରର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରସ୍ତାବ ରହିଛି । ଏହାଦ୍ୱାରା ଦେଶରେ ୩୦୦ ଏମଟି ଇସ୍ପାତ ଉପôାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାକୁ ୧୦୦ ଏମଟି ଇସ୍ପାତ ଉପôାଦନ ହେବାର ସମ୍ଭାବନା ରହିଛି ।
ସେ କହିଛନ୍ତି, ରାଜ୍ୟରେ ମେକ୍ ଇନ୍ ଇଣ୍ଡିଆ ଦ୍ୱାରା କଳ୍ପନା କରାଯାଇଥିବା ଷ୍ଟିଲ୍ ହବ୍ ପାଇଁ ୫ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ପୁଞ୍ଜିନିବେଶ ଏବଂ ଭୋକାଲ୍ ପାଇଁ ଲୋକାଲ୍ ଅର୍ଥନୈତିକ ସୁଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବ ଓ ସ୍ଥାନୀୟ ଅଞ୍ଚଳରେ ୨୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଏହାସହ ଓଡ଼ିଶାର ବିକାଶକୁ ଆଗେଇ ନେବା ସହ ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ ।
ଦୀର୍ଘ ବର୍ଷ ଧରି ପୂର୍ବ ଏବଂ ଉତ୍ତର-ପୂର୍ବ ରାଜ୍ୟ ରାଜନୈତିକ କାରଣରୁ ଅବହେଳିତ ହୋଇଥିଲା । ମାତ୍ର ଆଜି ଏହି ଅଞ୍ଚଳର ବିକାଶ ସ୍ୱପ୍ନକୁ ମିଶନ ପୂର୍ବୋଦୟ ପୂରଣ କରୁଛି । ନିରନ୍ତର ଉଦ୍ୟମ ବଳରେ ପୂର୍ବ ଭାରତ ଊର୍ଜାର ପ୍ରବେଶ ଦ୍ୱାର ହେବା ପାଇଁ ଉଭା ହୋଇଛି । ବନ୍ଦର ଆଧାରିତ ବିକାଶ, ପେଟ୍ରୋକେମିକାଲ ଏବଂ ଅନ୍ୟାନ୍ୟ ଡାଉନ୍ଷ୍ଟ୍ରିମ୍ ଶିଳ୍ପରେ ଅଧିକ ପୁଞ୍ଜିନିବେଶ ଦ୍ୱାରା ଓଡ଼ିଶା ଆଗାମୀ ଦିନରେ ସମଗ୍ର ଭାରତରେ ଇସ୍ପାତ୍ ଶିଳ୍ପର କେନ୍ଦ୍ରବିନ୍ଦୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.