ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ

Get real time updates directly on you device, subscribe now.

ଜୟପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । କୋରାପୁଟ ଜିଲ୍ଲା ଜୟପୁର ଦଣ୍ଡସେନା ଗୁଡା ଛକ ନିକଟରେ ଘଟଣା ଘଟିଛି । ମୃତକ ଜୟପୁର ଥାନା ଡାଙ୍ଗରା ଗାଁର ଗୁପ୍ତ ଗୁଣ୍ଠା ବୋଲି ଜଣାପଡିଛି । ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଜୟପୁର ଦଣ୍ଡସେନା ଗୁଡା ଛକ ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଚିକତ୍ସାଧୀନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ଜୟପୁରରୁ ନିଜ ଗାଁ ଡାଙ୍ଗରାକୁ ବାଇକ ଯୋଗେ ଫେରୁଥିବା ବେଳେ ସେନାଗୁଡା କେନାଲ ଛକ ନିକଟରେ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଗୁପ୍ତ ଗଣ୍ଠ ନିଜ ବାଇକ ଛାଡ଼ି ଦୌଡି ଦୂର ସ୍ଥାନକୁ ଯାଇ ଚିତ୍କାର କରିଥିଲେ , ପରେ ତଳେ ଅଚେତ ହୋଇ ପଡିଯାଇଥିଲେ। ଫଳରେ କିଛି ଲୋକେ ତାଙ୍କୁ ଉଦ୍ଧାର କରି କୁମୁଲିପୁଟ ମେଡିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ଘଟଣାସ୍ଥଳରୁ ତାଙ୍କ ବାଇକ ସହ ସମସ୍ତ କାଗଜ ପତ୍ର ଓ ଟଙ୍କା ନଥିବା ଦେଖି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗୁପ୍ତ ଗୁଣ୍ଠାଙ୍କ ସାନଭାଇ ମୁରଲୀ ଗୁଣ୍ଠା ବୋରିଗୁମ୍ମା ଥାନାରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ତଦନ୍ତ ପରେ ହିଁ ଘଟଣାର ସତ୍ୟତା ଜଣାପଡିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons