ପୂର୍ବ ଶତ୍ରୁତାରୁ ଗୁଳି ମାଡ଼: ୨ ଗୁରୁତର

Get real time updates directly on you device, subscribe now.

ବୁଗୁଡ଼ା,(ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାରୁ ଗୁଳି ମାଡ଼ । ୨ ଜଣ ଗୁଳି ମାଡ଼ରେ ଆହତ ହୋଇଥିବାବେଳେ ଅନ୍ୟଜଣେ ଖଣ୍ଡା ଚୋଟରେ ଆହତ ହୋଇଛନ୍ତି । ଘଟଣା ଘଟିଛି ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ । ଗୁଳି ମାଡ଼ରେ ଆହତମାନେ ହେଲେ ବାଦୁଆ ଗ୍ରାମର ଏସ୍. ଅନିଲ ଦୋରା, ଗୋଲିଆ ଗ୍ରାମର ସନାତନ ବାଡ଼ତ୍ୟା ଏବଂ ଖଣ୍ଡା ଚୋଟରେ ଗୋଲିଆ ଗ୍ରାମ ବଡ଼ସାହିର ରାଜା ଜେନା ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏସ୍ଡିପିଓ ଶୁଭ୍ରଂଶୁ ଶେଖର ମିଶ୍ର, ଆଇଆଇସି ଚିତ୍ତରଞ୍ଜନ ବେହେରା ପହଞ୍ଚି ଘଟଣା ଅନୁସନ୍ଧାନ କରୁଛନ୍ତି ।
ଆଇଆଇସିଙ୍କ ସୂଚନା ଅନୁଯାୟୀ, ଗ୍ରାମରେ ୨ ମାସ ହେଲା ଦୁଇ ଗୋÂୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଆଜି ପୁଣି ଦୁଇ ଗୋÂୀ ମୁହାଁମୁହିଁ ହୋଇଛନ୍ତି । ଅପରାହ୍ନ ପ୍ରାୟ ସାଢେ଼ ୪ଟାରେ ଉଭୟ ଗୋÂୀ ପୁଣି ଗଳିସାହିରେ ମୁହାଁମୁହିଁ ହୋଇଥିଲେ । ପାଟିତୁଣ୍ଡରୁ ଉତ୍ତେଜନା ଦେଖାଦେଇଥିଲା । ହାତାହାତିରୁ ଗୁଳି ଫୁଟିଲା ଓ ଖଣ୍ଡା ବୁଲିଲା । ଉଭୟ ପକ୍ଷରୁ ପାଖାପାଖି ୩୦ରୁ ଊଦ୍ଧ୍ୱର୍ ରହିଥିଲେ । ଗୁଳି ମାଡ଼ରେ ସନାତନ ଓ ଅନିଲ ଆହତ ହୋଇଥିବାବେଳେ ଖଣ୍ଡା ଚୋଟରେ ରାଜା ଆହତ ହୋଇଥିଲେ । ଏହାପରେ ସମସ୍ତେ ଛତ୍ରଭଙ୍ଗ ଦେଇ ଗାଏବ ହୋଇଗଲେ । ଗ୍ରାମବାସୀ ଅନିଲ ଓ ସନାତନଙ୍କୁ ଉଦ୍ଧାର କରି ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ଗାଁରେ ଚାପା ଉତ୍ତେଜନା ରହିଥିବାବେଳେ ପୁଲିସ ମୁତୟନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons