ପୂର୍ବ ଶତ୍ରୁତାରୁ ଦୁଇ ଗୋÂୀ ମଧ୍ୟରେ ଗଣ୍ଡଗୋଳ

Get real time updates directly on you device, subscribe now.

ବାଲିକୁଦା,(ବି.ବି.ନୁ୍ୟଜ୍): ବାଲିକୁଦା ଅଞ୍ଚଳରେ ପୁଣି ମାତିଛନ୍ତି ଅପରାଧୀ । ସାମାନ୍ୟ ବଚସାରୁ ଫୁଟିଛି ଗୁଳି । ସ୍ଥାନୀୟ ଦୁଇ ଅପରାଧୀ ଗୋÂୀ ମୁହାଁମୁହିଁ ହେବା ପରେ ଗୋଟିଏପଟରୁ ଗୁଳିମାଡ ହେବାରୁ ଅପରପକ୍ଷର ଜଣେ ଗୁରୁତର ଆହତ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଗୁଳିମାଡ଼କୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ମିଳିଥିବା ସୂଚନା ମୁତାବକ, ଆଜି ବିଳମ୍ବିତ ରାତିରେ ବାଲିକୁଦାର ଏକ ଅପରାଧୀ ଗୋÂୀର କେତେ ଜଣ କଟକ-ନୂଆଗାଁ ୫୫ନଂ. ଜାତୀୟ ରାଜପଥର ବଡଗାଁ ଛକସ୍ଥିତ ଏକ ଦୋକାନରୁ ବାହାରି ବୋରିକିନା ଆଡକୁ ଯାଉଥିଲେ । ତେରତାଙ୍ଗ ଛକଠାରେ ସାଗର ମଲ୍ଲିକ ନାମକ ଜଣେ ଯୁବକ ସହ ସେମାନଙ୍କର ଦେଖା ହୋଇଥିଲା । ସାଗର ଜଣେ ପେସାଦାର ଅପରାଧୀ । ସେ ଅନେକ ଥର ଜେଲ ଯାଇଥିବା ବେଳେ ଗତକାଲି ଜାମିନ୍ରେ ଆସିଥିଲା । ସାଗର ସହିତ ଏହି ଗୋÂୀର ପୂର୍ବରୁ ଶତ୍ରୁତା ଥିଲା । ଉଭୟ ଗୋÂୀ ମୁହାଁମୁହିଁ ହୋଇଯିବାରୁ ପୁରୁଣା ଶତ୍ରୁତାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଧୀରେ ଧୀରେ ବଢ଼ିବା ପରେ ସାଗର ରାଗି ଯାଇ ନିଜ ପାଖରେ ଥିବା ବନ୍ଧୁକରୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଏଥିରୁ ଗୋଟିଏ ଗୁଳି ବାଲିକୁଦା ଗୋÂୀର ସଦସ୍ୟ ମୁନା ଓରଫ ଦେବରାଜ (୨୭) ଙ୍କ ଗୋଡ଼ରେ ବାଜିଥିଲା । ଗୁଳି ଫୁଟାଇ ସାଗର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ମୁନାଙ୍କୁ ଚିକିତ୍ସା ପାଇଁ ସହଯୋଗୀମାନେ ବାଲିକୁଦା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରୁ ସେମାନେ ତାଙ୍କୁ ଜଗତସିଂହପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ପୁଲିସ ସେମାନଙ୍କୁ ପଚାରିବାରୁ ମୁନା ସହିତ ଆସିଥିବା ତାର ଦୁଇ ସହଯୋଗୀ ପୁଲିସକୁ ବିଭିନ୍ନ କଥା କହି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ମୁନାକୁ କଟକ ନିଆଯାଇଥିବା ଜଣାପଡିଛି । ଗୁଳିମାଡ଼ ପରେ ସାଗର ବିରୋଧୀ ଗୋÂୀର ଯୁବକମାନେ ସଂଘବଦ୍ଧ ହୋଇ ତେରତାଙ୍ଗ ଛକରେ ଫାଙ୍କା ଗୁଳିଚାଳନା କରିଥିବା ଜଣାପଡିଛି । କେବଳ ସେତିକି ନୁହେଁ ସେମାନେ ସାଗରର ଘର ଅଲିକଣା ଗାଁକୁ ଯାଇ ତାକୁ ଖୋଜାଖୋଜି କରି ଫେରିଥିଲେ । ସାଗର ଗତ ଦୋଳ ପୂର୍ଣ୍ଣିମା ଦିନ କଣିଆ-ଥାଇଳୋ ରାସ୍ତାରେ ତାର ୩ ଜଣ ସହଯୋଗୀଙ୍କ ସହ ଆଡ୍ଡା ଜମାଇଥିବା ବେଳେ ସେହି ବାଟ ଦେଇ ଯାଉଥିବା କଣିଆ ଗାଁର ଜଣେ ବ୍ୟକ୍ତିଙ୍କୁ ଧମକଚମକ ଦେବା ସହ ଫାଙ୍କା ଗୁଳିଚାଳନା କରିଥିଲା । ଗ୍ରାମବାସୀ ସାଗରକୁ କାବୁ କରି ମୁଗ ବିଲରେ ନିର୍ଦ୍ଧୁମ ମାଡ଼ ମାରିଥିଲେ । ସାଗର ମରିଯିବାର ଅଭିନୟ କରିବାରୁ ଗ୍ରାମବାସୀ ତାକୁ ଛାଡି ଚାଲିଯାଇଥିଲେ । ପରେ ସାଗର ସେଠାରୁ ଦୌଡି ପଳାଇଥିଲା । ଏହି ଘଟଣାରେ ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଗତକାଲି ସାଗର ଜାମିନ୍ରେ ଆସିଥିଲା ବେଳେ ତାକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ରାପଡ଼ାର କୌଣସି ଏକ ଗ୍ୟାଙ୍ଗ୍ର ଜଣେ ଏବଂ କଟକର କୌଣସି ଏକ ଗ୍ୟାଙ୍ଗର ଜଣେ ସଦସ୍ୟ ତା ସହ ତାର ଅଲିକଣା ଘରେ ରହୁଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons