ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁଣି ରାଜଧାନୀରେ ଲାଗିଛି ରକ୍ତର ଛିଟା । ରକ୍ତ ରଞ୍ଜିତ ହୋଇଛି ମଞ୍ଚେଶ୍ୱର ଥାନାର ରଙ୍ଗମାଟିଆ ଗାଁ ଦାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଗାଁର ତଳସାହିର ଦୀପକ ବେହେରା ଓରଫ୍ ଲଣ୍ଡାକୁ ଗୋଡ଼ାଇ ଗୋଡାଇ ହାଣିଛନ୍ତି ୩ ଜଣ ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଚନ୍ଦ୍ରଶେଖରପୁରର ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମିଳିଥିବା ସୂଚନା ମୁତାବକ, ରଙ୍ଗମାଟିଆର ସାହୁ କମ୍ପେ୍ଲକ୍ସ ପାଖରେ ଲଣ୍ଡାଙ୍କର ଏକ ଜଳଖିଆ ଦୋକାନ ରହିଛି । ସେ ଆଜି ସନ୍ଧ୍ୟା ୮ଟା ବେଳେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ସାମ୍ନାରେ ୩ଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ଗୁଡ଼ାଇ ତାଙ୍କୁ ଅଟକାଇଥିଲେ । ପ୍ରଥମେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ । ଲଣ୍ଡାଙ୍କ ଗୋଡ଼, ବେକ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡି ଛଟପଟ ହେଉଥିବା ଦେଖି ଦୁର୍ବୃତ୍ତମାନେ ପଳାଇଥିଲେ । ସ୍ଥାନୀୟ ଲୋକେ ଲଣ୍ଡାଙ୍କୁ ହସ୍ପିଟାଲ ନେଇଥିଲେ । ହେଲେ ପ୍ରଚୁର ରକ୍ତସ୍ରାବ ଯୋଗୁ ତାଙ୍କ ମୃତୁ୍ୟ ହୋଇ ଯାଇଥିଲା ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଆଖପାଖ ଲୋକଙ୍କୁ ପଚରାଉଚରା କରିଥିଲା । ଲଣ୍ଡାଙ୍କ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ବ୍ୟବଚ୍ଛେଦ କରିବାକୁ ପଠାଇଛି । ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ହତ୍ୟା ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।
Comments are closed, but trackbacks and pingbacks are open.