ପୃଥକ୍ ଘଟଣା: ଫାଶୀ ଦେଇ ୨ ମୃତ

Get real time updates directly on you device, subscribe now.

ବାସୁଦେବପୁର,(ବି.ବି.ନୁ୍ୟଜ୍): ପୃଥକ୍ ଘଟଣାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ସୋମବାର ଫାଶୀ ହୋଇ ଦୁଇ ଜଣ ପ୍ରାଣ ହରାଇଛନ୍ତି । ମୃତକ ଦୁହେଁ ହେଲେ ବାସୁଦେବପୁର ମୁ୍ୟନିସିପାଲିଟି ଅନ୍ତର୍ଗତ ବାଷଠି ଗ୍ରାମର ସୁକୁଟା ସାହୁଙ୍କ ପୁଅ ସନ୍ତୋଷ (୨୨) ଏବଂ ନାୟକାଣିଡିହି ଥାନା ଅନ୍ତର୍ଗତ ଖାଣ୍ଟଖୁଆଡ଼ ଗ୍ରାମର ଗୋବର୍ଦ୍ଧନ ସାହୁଙ୍କ ଝିଅ ଲିଲିଲତା (୨୩) ।
ସୋମବାର ଅପରାହ୍ନରେ ସନ୍ତୋଷଙ୍କ ଘରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ସନ୍ତୋଷ ଉତ୍ତ୍ୟକ୍ତ ହୋଇ ଘର ଭିତରେ ବେକରେ ଏକ ରଶି ଲଗାଇ ଝୁଲି ପଡ଼ିଥିଲେ । ଘର ବନ୍ଦ ଥିବା ଦେଖି ପରିବାର ଲୋକେ ସନ୍ତୋଷଙ୍କୁ ଡାକିଥିଲେ । ମାତ୍ର ସନ୍ତୋଷ ଶୁଣି ନଥିଲେ । କବାଟ ଭାଙ୍ଗି ଭିତରକୁ ଯାଇ ଝୁଲନ୍ତା ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରିଥିଲେ । ଚେତାହୀନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ସେହିପରି ନାୟକାଣିଡିହି ଥାନା ଅନ୍ତର୍ଗତ ଖାଣ୍ଟଖୁଆଡ଼ ଗ୍ରାମର ଗୋବର୍ଦ୍ଧନ ସାହୁଙ୍କ ଝିଅ ଲିଲିଲତା ଘର ଭିତରେ ବେକରେ ନିଜ ଆପ୍ରୋନ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକଙ୍କ କହିବା ମୁତାବକ, ସକାଳେ ଘରେ କେହି ନଥିଲେ । ଏତିକିବେଳେ ଲିଲିଲତା ଘର ଭିତରେ ଫାଶୀ ଲଗାଇ ଦେଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଏପରି ଅବସ୍ଥାରେ ଦେଖି ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons