ପୃଥକ ଘଟଣାରେ ୨ ମୃତ

Get real time updates directly on you device, subscribe now.

ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଦୁଇ ପୃଥକ ଘଟଣାରେ ଶୁକ୍ରବାର ଏଠାରେ ଦୁଇ ଜଣଙ୍କର ମୃତୁ୍ୟ ହୋଇଛି । ବାଇକ୍ ଦୁର୍ଘଟଣାରେ ଜଣଙ୍କର ଓ ଏକ ତେନ୍ତୁଳିଗଛରୁ ଖସିପଡି ଅନ୍ୟ ଜଣଙ୍କର ମୃତୁ୍ୟ ହୋଇଛି । ପ୍ରଥମ ଦୁର୍ଘଟଣାରେ ଆଉ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକ ହେଲେ ରାଇଘର ଅଞ୍ଚଳର ସାଗର ସତନାମୀ(୨୫) ଓ ରାଇଘର ବ୍ଲକ କସକଙ୍ଗା ପଞ୍ଚାୟତ ଜଡାପାରା ଗାଁର ଶିବଲାଲ୍ ଗଣ୍ଡ(୨୫) । ସଙ୍କଟାପନ୍ନ ହେଲେ ରାଇଘରର ଯୁବରାଜ ସତନାମୀ(୨୨) ।
ପ୍ରଥମ ଘଟଣା ଅନୁସାରେ, ସାଗର ଓ ଯୁବରାଜ ଏକ ବାଇକ୍ ଯୋଗେ କଳାହାଣ୍ଡି ଜିଲ୍ଲାର କୋକସରା ଗାଁକୁ ଅପରାହ୍ଣରେ ଯାଉଥିଲେ । ଉମରକୋଟ ଥାନା ଧୋଡ୍ରା ନିକଟ ବିଡରୀ ଠାକୁରାଣୀ ମନ୍ଦିର ନିକଟରେ ଏମାନଙ୍କ ଗାଡି ଏକ ଅଜଣା ଭାରିଯାନ ସହ ପିଟି ହୋଇଥିଲା । ବାଇକ୍ ଚଲାଉଥିବା ସାଗରଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଆଘାତ ଏତେ ଜୋର୍ ଥିଲା ଯେ ସାଗରଙ୍କର ମୁଣ୍ଡ ଫାଟି ୨ ଫାଳ ହୋଇଯାଇଥିଲା । ଯୁବରାଜ ଗୁରୁତର ହୋଇଥିଲେ । ଖବର ପାଇ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଗରଙ୍କ ଶବ ଉଦ୍ଧାର କରିବା ସହ ଯୁବରାଜଙ୍କୁ ଉମରକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗମ୍ଭୀର ଥିବାରୁ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଯୁବରାଜ କିଛି କହିପାରୁ ନାହାନ୍ତି । ଦୁର୍ଘଟଣା ଘଟାଇଥିବା ଭାରିଯାନଟି ଫେରାର୍ ହୋଇଯାଇଥିବା ଜଣାପଡିଛି । ମୃତ ସାଗରଙ୍କ ଶବ ଉମରକୋଟ ମେଡିକାଲରେ ରହିଥିବା ବେଳେ ଆସନ୍ତା ଶନିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ମୃତକଙ୍କ ସମ୍ପର୍କୀୟ ଉମରକୋଟ ମେଡିକାଲରେ ପହଞ୍ଚିଛନ୍ତି ।
ଦ୍ୱିତୀୟ ଘଟଣାରେ ରାଇଘର ବ୍ଲକ କସକଙ୍ଗା ପଞ୍ଚାୟତ ଜଡାପାରା ଗାଁର ଶିବଲାଲ୍ ଗାଁର ଏକ ତେନ୍ତୁଳି ଗଛରେ ଛଢି ତେନ୍ତୁଳି ତୋଳୁଥିବା ବେଳେ ଅସାବଧାନତାରୁ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହାଟଭରଣ୍ଡି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗମ୍ଭୀର ଥିବାରୁ ପରେ ତାଙ୍କୁ ଉମରକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons