ପୃଥକ ଦୁର୍ଘଟଣାରେ ୪୦ ଆହତ, ଜଣେ ମୃତ!

Get real time updates directly on you device, subscribe now.

ଦିଗପହଣ୍ଡି,(ବି.ବି.ନୁ୍ୟଜ): ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ପୃଥକ ଦୁର୍ଘଟଣା ଘଟିଛି । ଦିଗପହଣ୍ଡି ନିକଟ ବାଙ୍କେଶ୍ୱରୀ ଘାଟିରେ ପିକ୍ଅପ୍ ଓଲଟି ୨୫ ଜଣ ଆହତ ହୋଇଛନ୍ତି । ସେହିପରି ବଡ଼ଗଡ଼ ଥାନା ଅଧୀନ ବୋରଦାରେ ଟ୍ରକ୍ ଦୁର୍ଘଟଣା ଘଟି ୧୫ ଜଣ ଆହତ ହୋଇଛନ୍ତି ।
ଆଜି ଥିଲା ଚୈତ୍ର ଦ୍ୱିତୀୟ ମଙ୍ଗଳବାର । ହସଖୁସିରେ ମୁଣ୍ଡନ ପାଇଁ ଦିଗପହଣ୍ଡି ନିକଟ ବାଙ୍କେଶ୍ୱରୀ ପୀଠକୁ ବାହାରିଥିଲେ ଗୋଟିଏ ପରିବାର । ସାଙ୍ଗରେ ପିକ୍ଅପ୍ ଭ୍ୟାନ୍ରେ କୁକୁଡ଼ାଖଣ୍ଡି ବ୍ଲକ ଲିଆ ଗ୍ରାମର ୩୦ରୁ ଊଦ୍ଧ୍ୱର୍ ସମ୍ପର୍କୀୟ ରହିଥିଲେ । ବାଙ୍କେଶ୍ୱରୀ ପୀଠକୁ ମାତ୍ର ଅଧ କିଲୋମିଟର ରହିଥିଲା । ସମୟ ପ୍ରାୟ ସାଢେ଼ ୯ଟା । ବାଙ୍କେଶ୍ୱରୀ ଘାଟି ପିଲିକାଡିହ ବାଙ୍କ ବୁଲାଣି ସମୟରେ ଓଲଟିଲା ଭ୍ୟାନ୍ । ଜଣଙ୍କ ମୃତୁ୍ୟ ହୋଇଥିବା ଥାନା ସୂତ୍ରରୁ ସନେ୍ଦହପ୍ରକାଶ କରାଯାଉଥିବା ଆଇଆଇସି ବସନ୍ତ ସେଠୀ କହିଛନ୍ତି । ମୃତକଙ୍କ ବିଷୟରେ ସ୍ପଷ୍ଟ ଜଣାପଡ଼ି ନାହିଁ । ଅପ୍ୟପକ୍ଷରେ ଭ୍ୟାନ୍ରେ ଥିବା ୨୫ ଜଣ ଆହତ ହୋଇଛନ୍ତି ।ଆହତମାନେ ହେଲେ ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମର କୁନ୍ତଳା ଗୌଡ(୬୫), ଲିଆ ଗ୍ରାମର ବିଷ୍ଣୁ ଗୌଡ(୫୬), ଜାନକୀ ଗୌଡ(୨୫), ଶଦ୍ୟା ଗୌଡ(୯), ଗାୟତ୍ରୀ ଗୌଡ(୩୦), ସୁଦଷ୍ଣା ଗୌଡ(୩୦), ଶ୍ରୀୟା ଗୌଡ(୧୨), ମାମି ଗୌଡ(୪୫), ଲିଙ୍ଗରାଜ ଗୌଡ(୫୬), ରମା ଗୌଡ(୬୫), ଜିତ୍ ଗୌଡ(୧୧), କାଞ୍ଚନ ଗୌଡ(୭୦), ଶୁସିଳା ଗୌଡ(୭୦), ଲିଙ୍ଗରାଜ ଗୌଡ(୬୧) । ଅନ୍ୟ ଆହତମାନେ ଘଟଣା ସ୍ଥଳରୁ ବାଇକ୍ ଯୋଗେ ନିଜ ଗ୍ରାମ ଫେରିଯାଇଥିବା ଲିଙ୍ଗରାଜ ଗୌଡ କହିଛନ୍ତି ।
ବାଙ୍କେଶ୍ୱରୀ ପୀଠକୁ ଲିଆ ଗ୍ରାମର ଲିଙ୍ଗରାଜ ଗୌଡ଼ ପୁଅ ଶିବ ଗୌଡଙ୍କ ମୁଣ୍ଡନ ପାଇଁ ସମ୍ପର୍କୀୟଙ୍କ ସହ ଭ୍ୟାନ୍ରେ ବାହାରିଥିଲେ । ବାଙ୍କେଶ୍ୱରୀ ପୀଠ ଅଧ କିଲୋମିଟର ରହିଥିବାବେଳେ କିଛି ସମୟ ମଧ୍ୟରେ ପହଞ୍ଚିଥାନ୍ତେ । ଘାଟି ବୁଲାଣିରେ ଚାଳକ ଭାରସାମ୍ୟ ହରାଇ ଥିବାବେଳେ ରାସ୍ତା ପାଶ୍ୱର୍ରେ ଓଲଟିିଲା ଭ୍ୟାନ୍ । ପିକ୍ଅପ୍ରେ ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଯାତ୍ରୀ ରହିଥିଲେ । ୧୦୮ ଆମ୍ବୁଲାନ୍ସ ଓ ଦମକଳ ବାହୀନି ଯୋଗେ ଉଦ୍ଧାର କରି ଦିଗପହଣ୍ଡି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ପୁଲିସ ପହଞ୍ଚି ଘଟଣା ଅନୁଧ୍ୟାନ କରିଛି । ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଗାଁକୁ ନେଇ ଶବସକ୍ରାର କରିଦେଇଥିବା ଏବଂ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଘଟଣାସ୍ଥଳରୁ ଚାଳକ ଜଣକ ଉଠାଇ ନେଇଯାଇଛନ୍ତି ବୋଲି ଥାନା ଆଇଆଇସି ବସନ୍ତ ସେଠୀ କହିଛନ୍ତି । ମାତ୍ର ମୃତକଙ୍କ ପରିଚୟ ଏବଂ ମୃତୁ୍ୟ ବିଷୟରେ ସ୍ପଷ୍ଟ ହୋଇପାରିନଥିବାବେଳେ ତଦନ୍ତ ଜାରି ରହିଛି । ପୂର୍ବରୁ ଏହି ଘାଟି ରାସ୍ତାକୁ ପ୍ରଶାସନ ପକ୍ଷରୁ କୋଭିଡ୍ କଟକଣା ଲଗାଇ ସିଲ୍ କରିଦେଇଥିଲା । ମାନସିକଧାରୀମାନେ ଏହି ରାସ୍ତାଭାଙ୍ଗି ମନ୍ଦିର ପୀଠକୁ ଯାଉଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତୀକଭାସନ୍ ବାଙ୍କେଶ୍ୱରୀ ପୀଠରେ ପହଞ୍ଚି ମନ୍ଦିର ସିଲ୍ କରିଛନ୍ତି । ଦିଗପହଣ୍ଡି ତହସିଲଦାର ଅଦୈତ୍ୟ ସ୍ୱାଇଁ ଦିନ ତମାମ ମନ୍ଦିର ନିକଟରେ ରହି ଭିଡ ନକରିବା ପାଇଁ କହିଛନ୍ତି । ପୂର୍ବରୁ ସିଲ୍ କରିଦିଆଯାଇଥିବା ରାସ୍ତାକୁ ଅଧିକ ମଜବୁତ୍ କରାଯାଇଛି ।
ସେହିପରି ବଡଗଡ଼ ଥାନା ବୋରଦା ନିକଟରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ୍ କଲଭର୍ଟରେ ଧକ୍କା ହୋଇଛି । ଟ୍ରକ୍ରେ ୪୦ରୁ ଊଦ୍ଧ୍ୱର୍ ରହିଥିବାବେଳେ ଟ୍ରକ ଓଲଟି ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ସନ୍ତୋଷିନୀ ଶବର, ଯୋଗେଶ୍ୱର ଗମାଙ୍ଗ, ଅନିତା ଶବର, କାମ୍ପ ଶବର, ସୁମିତ୍ରା ଶବର, ସୁଭମ ଗମାଙ୍ଗ, ଶିବ ଶବର । ସମସ୍ତଙ୍କୁ ବଡ଼ଗଡ଼ ଡାକ୍ତରଖାନା ନିଆଯାଇଛି । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗୌଡ଼ଗୋଠ ପଞ୍ଚାୟତ ବି.ନୂଆଗାଁ ଗ୍ରାମରୁ ଟ୍ରକ୍ରେ ପୋଡ଼ାମାରି ନିକଟ ଝରଣା ଗ୍ରାମକୁ ଭୋଜି ଖାଇବାକୁ ଯାଇଥିଲେ । ଗ୍ରାମରେ ପହଞ୍ଚିବାକୁ ଆଉ ୫ କିଲୋମିଟର ରହିଥିଲା । ବୋରଦା ନିକଟରେ ଏକ କଲ୍ଭର୍ଟରେ ଗାଡ଼ିଟି ଧକ୍କା ହୋଇ ଓଲଟି ପଡ଼ିଥିଲା । ସରପଞ୍ଚ ରାମ ଶବର, ଏବିଡିଓ ସଞ୍ଜିବରାଜ ସେନାପତି, ତହସିଲଦାର ରବୀନ୍ଦ୍ର ମିଶ୍ର, ଆଇଆଇସି ପ୍ରତାପ ଚନ୍ଦ୍ର ତ୍ରିପାଠୀ ଗୁରୁତରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ପଠାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons