ପେଟ୍ରୋଲ ଢାଳି ହାଇୱା ଜାଳିଦେଲା

Get real time updates directly on you device, subscribe now.

ଆଳି,(ବି.ବି.ନୁ୍ୟଜ୍): ଶନିବାର ସକାଳେ ଆଳି ନୂଆବଜାରଠାରେ ଶ୍ରୀଧର ପରିଡ଼ା ଓରଫ ହଗା (୩୪) ନାମକ ଯୁବକର ଉନ୍ମତ୍ତ କାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ଥାନୀୟ ଲୋକାପଡ଼ା ଗ୍ରାମର ବାସିନ୍ଦା ଶ୍ରୀଧର ବଜାରର ଦୁର୍ଗା ମଣ୍ଡପ ଛକଠାରେ ଜରିରେ ଭର୍ତ୍ତି କରି ରଖିଥିବା ପେଟ୍ରୋଲ ଢାଳି ଏକ ଚିପ୍ସ ବୋଝେଇ ହାଇୱାକୁ ଜାଳି ଦେଇଛି । ଅନ୍ୟ ୩ଟି ଗାଡ଼ି ଏ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛି । ଏହି ଘଟଣାରେ ଆଳି ପୁଲିସ ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ସେ କ’ଣ ପାଇଁ ଏପରି କାଣ୍ଡ ଭିଆଇଲା ତାହା ଜଣାପଡ଼ି ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ଲୋକାପଡ଼ା (ଖରାଖାଇଗଳି) ଗ୍ରାମର ଶ୍ରୀଧର ପରିଡ଼ା ଶନିବାର ସକାଳେ ଚଣ୍ଡିଖୋଲରୁ ଚିପ୍ସ ବୋଝେଇ କରି ରାଜକନିକା ଅଭିମୁଖେ ଆସୁଥିବା ଏକ ହାଇୱା (ନଂ. ଓଡି ୦୪ କେ- ୪୨୨୯)କୁ ଆଳି ନୂଆବଜାର ଦୁର୍ଗାମଣ୍ଡପ ଛକ ନିକଟରେ ଅଟକାଇଥିଲା । ଆଜି ସଟ୍ଡାଉନ୍ ସତ୍ତେ୍ୱ ଗାଡ଼ି ନେଇ କାହିଁକି ଆସିଛୁ, କିଏ ତୋତେ ଅନୁମତି ଦେଲା ବୋଲି ଶ୍ରୀଧର ହାଇୱା ଚାଳକ ଅନାମ ମଲିକଙ୍କୁ ପଚାରିଥିଲା । ତେବେ ମୋ ପାଖରେ ଅନୁମତିପତ୍ର ଅଛି ବୋଲି ଡ୍ରାଇଭର ଅନାମ କହିବାରୁ ଶ୍ରୀଧର ଅନୁମତି କାଗଜପତ୍ର ମାଗିଥିଲା । ହାଇୱା ଡ୍ରାଇଭର ଅନୁମତି କାଗଜ ଦେଇଦେବାରୁ ଶ୍ରୀଧର ସେଗୁଡିକୁ ଚିରି ତା’ ପାଖରେ ଥିବା ପେଟ୍ରୋଲ ଆଣି ଗାଡ଼ି ଉପରକୁ ପକାଇ ନିଅାଁ ଲଗାଇ ଦେଇଥିଲା । କେବଳ ସେତିକି ନୁହେଁ, ଡ୍ରାଇଭରଙ୍କୁ ମଧ୍ୟ ଜାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ମାତ୍ର ଡ୍ରାଇଭର ଅନାମ କୌଶଳ କ୍ରମେ ଘଟଣାସ୍ଥଳରୁ ଖସି ଆସି ଆଳି ଥାନାରେ ପହଞ୍ଚô ସବୁକଥା ପୁଲିସକୁ ଜଣାଇଥିଲେ । ଆଳି ଥାନା ଏସ୍ଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚôବା ବେଳକୁ ଶ୍ରୀଧର ସେଠାରୁ ଖସି ପଳାଇଥିଲା । ଆଳି ଦମକଳ ବାହିନୀ ନିଆଁକୁ ଲିଭାଇଥିଲେ ବି ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ପୁଲିସ ଅଭିଯୁକ୍ତ ଶ୍ରୀଧରକୁ ଖୋଜୁଥିବା ବେଳେ ସେ କଟକ-ଚାନ୍ଦବାଲି ରାସ୍ତାର ଚମାରଖଟି ପୋଲ ପାଖରେ ଆଉ ଏକ ଟ୍ରକରେ ନିଅାଁ ଲଗାଇଥିବା ଖବର ପୁଲିସ ନିକଟରେ ପହଞ୍ଚôଥିଲା । ବଡ଼ବିଲରୁ ଏକ ୧୨ ଚକିଆ ଟ୍ରକ (ନଂ.ଓଡି ୨୯ ଇ ୭୦୮୮) ଆଇରନ୍ ବୋଝେଇ କରି ଆସୁଥିବା ବେଳେ ଶ୍ରୀଧର ଚମାରଖଟି ପୋଲ ନିକଟରେ ଏହି ଟ୍ରକଟିକୁ ଅଟକାଇ ପଛ ଚକାରେ ପେଟ୍ରୋଲ ଢାଳି ନିଅାଁ ଲଗାଇ ଦେଇଥିଲା । ମାତ୍ର ଡ୍ରାଇଭର ତୁରନ୍ତ ପାଣି ଢ଼ାଳି ନିଅାଁକୁ ଲିଭାଇ ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚô ଶ୍ରୀଧରକୁ କାବୁ କରି ଥାନାକୁ ନେଇଯାଇଥିଲା । ଏହି ସମୟ ମଧ୍ୟରେ ବାଲେଶ୍ୱରରୁ ମାଛ ବୋଝେଇ ଏକ କଣ୍ଟେନର୍ (ନଂ.ଓଡି ୦୧ ୱାଇ- ୫୮୧୧) ଜମ୍ବୁ ଯାଉଥିବାବେଳେ ଶ୍ରୀଧର ଉକ୍ତ ଗାଡ଼ିକୁ ବି ପେଟ୍ରୋଲ ପକାଇ ଜାଳିବାକୁ ଉଦ୍ୟମ କରିଥିଲା । ତେବେ ଡ୍ରାଇଭର୍ ଥାନା ପରିସରକୁ ଗାଡ଼ି ନେଇଯିବାରୁ ଗାଡ଼ି ବର୍ତ୍ତି ଯାଇଥିଲା । ରାସ୍ତାରେ ଶ୍ରୀଧରର ଏଭଳି ଉନ୍ମତ୍ତ କାଣ୍ଡରେ ଭୟଭୀତ ହୋଇ ଏକ ପିକ୍ଅପ୍ ଭ୍ୟାନ୍ (ନଂ. ଓଡି ୦୨ ଏଜି- ୮୬୨୦)ର ଚାଳକ ଜୀବନ ବିକଳରେ ଗାଡ଼ିକୁ ନେଇ ଥାନାକୁ ପଳାଇଥିଲେ । ଆଳି ଥାନା ପୁଲିସ ସମସ୍ତ ଡ୍ରାଇଭରଙ୍କ ଅଭିଯୋଗ ଅନୁଯାୟୀ ମୋକଦ୍ଧମା ରୁଜୁ କରି ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏସ୍ଆଇ ପ୍ରଦୋଷ ପଟ୍ଟନାୟକ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons