ପେଟ୍ରୋଲ ପମ୍ପରେ ଡକାୟତି

Get real time updates directly on you device, subscribe now.

କୋଷାଗୁମୁଡ଼ା,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ କୋଡିଙ୍ଗା ପଞ୍ଚାୟତର ଜାନୀଗୁଡାରେ ଥିବା ଏକ ପେଟ୍ରୋଲ ପମ୍ପରେ ଡକାୟତି ହୋଇଥିବା ଜଣାପଡିଛି । ଡକାୟତମାନେ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କା ଝାମ୍ପି ନେଇଥିବା ସୂଚନା ମିଳିଛି । ଖବର ଲେଖାହେବା ଅର୍ଥାତ୍ ରାତି ସାଢେ ୮ଟା ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସାଢେ ୬ଟାରେ ଜାନୀଗୁଡା ନିକଟ ଉକ୍ତ ପେଟ୍ରୋଲ ପମ୍ପରେ ୩ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ପହଞ୍ଚିଥିଲେ । ତେଲ ଦେବା ସମୟରେ ଜଣେ ସେଲ୍ସ ବୟକୁ ବନ୍ଧୁକ ଦେଖାଇ ଧମକ ଚମକ ଦେଇଥିଲେ । ପରେ ୩ ରାଉଣ୍ଡ ଗୁଳି ଫୁଟାଇ ତାଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଝାମ୍ପି ନେଇଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons