ପେଣ୍ଠକଟା ସମୁଦ୍ର କୂଳରୁ ହରିଣ ଉଦ୍ଧାର

Get real time updates directly on you device, subscribe now.

ପୁରୀ ,(ବି.ବି.ନ୍ୟୁଜ୍): ପୁରୀ ପେଣ୍ଠକଟା ବେଳାଭୂମିରୁ ଏକ ହରିଣକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ବସ୍ତିରେ ବସବାସ କରୁଥିବା ଲାଇଫ ଗାର୍ଡ ଓ ମତ୍ସ୍ୟଜୀବୀମାନେ । ବାସହରା ଏହି ହରିଣ ବସ୍ତି ଆଡ଼କୁ ଚାଲି ଆସିବା ପରେ ସ୍ଥାନୀୟ ଲୋକ ଓ କୁକୁରଙ୍କ ହାବୁଡରେ ପଡ଼ିଥିଲା । ଭୟରେ ସମୁଦ୍ର ଭିତରକୁ ଧାଉଁଥିବା ବେଳେ ସମୁଦ୍ର ପାଣିରୁ ବହୁ କଷ୍ଟରେ ଲାଇଫ୍ ଗାର୍ଡ ଓ ଧୀବରମାନେ ଉଦ୍ଧାର କରିଥିଲେ । ବଲୁଖଣ୍ଡ ଅଭ୍ୟାୟାରଣ୍ୟ ବାତ୍ୟା ଫୋନିରେ ଉଜିଡି ଯିବା ପରେ ଏବେ ଅନେକ ହରିଣଙ୍କ ସମେତ ଅନେକ ବନ୍ୟଜୀବ ବାସହରା ହୋଇପଡ଼ିଛି । ଅନେକ ନିସଙ୍ଗ ହୋଇପଡ଼ିଛନ୍ତି । ଜଙ୍ଗଲ ଭିତରେ ପଡ଼ିଥିବା ହଜାର ହଜାର ଗଛ ଭିତରେ ସେମାନେ ରହି ଖାଦ୍ୟ, ପାନୀୟ ପାଇବା କଷ୍ଟକର ହୋଇପଡ଼ିଛି । ବାତ୍ୟା ପରେ ଯେଉଁ ସ୍ତନ୍ୟପାୟୀ ବନ୍ୟଜନ୍ତୁ ବଞ୍ଚି ଯାଇଛନ୍ତି ସେମାନେ ସମୁଦ୍ର ଓ ଜନବସତି ମୁହାଁ ହୋଇଛନ୍ତି । ବନ ବିଭାଗ ପକ୍ଷରୁ ସୁରକ୍ଷା ନିମନ୍ତେ ସେତେଟା ଗୁରୁତ୍ୱ ଦିଆଯାଉ ନ ଥିବାରୁ ସେମାନଙ୍କ ଜୀବନ ବିପଦରେ ପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons