ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ୍ର ବେଆଇନ୍ ଗୁଟୁଖା ଆଡ୍ଡା ଉପରେ ଚଢ଼ାଉ। କରୋନା ଯୋଗୁଁ ସାରା ରାଜ୍ୟ ଲକ୍ଡାଉନ। ଏତିକି ରାଜ୍ୟରେ ବିଭିନ୍ନ ସ୍ଥାନରେ ବେଆଇନ ଗୁଟଖା କାରବାର ଚାଲୁଥିବାର ନଜୀର ରହିଛି। ଏ ନେଇ ପୋଲିସ୍ ଏବଂ ଅବକାରୀ ବିିଭାଗ ମଧ୍ୟ ସଜାଗ ରହିଛି। ବିଭିନ୍ନ ସ୍ଥାନରେ ପହଁଞ୍ଚି ଚଢ଼ାଉ କରିବା ସହ ବିଭିନ୍ନ ପ୍ରକାର ଗୁଟୁଖା ତିଆରି ଲାଗି ସାମଗ୍ରୀ ଜବତ ଘଟଣା ସାମ୍ନାକୁ ଆସିଛି। ଲକ୍ଡାଉନ୍ରେ ଗୁଟୁଖା ବିକ୍ରି କରିବାକୁ ସରକାର ବାରଣ କରିବା ସତ୍ତ୍ବେ ବେଆଇନ୍ ଗୁଟଖା କାରବାରରେ ରୋକ ଲାଗୁ ନାହିଁ।
ପୋଲିସ୍ର ବେଆଇନ୍ ଗୁଟୁଖା ଆଡ୍ଡା ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗୁଟୁଖା ଜବତ କରିଛି। ଗୁଟଖା ସହ ଗୁଟଖା ସାମଗ୍ରୀ, ବହୁ ମେସିନ୍ ଜବତ କରାଯାଇଥିବା ସୂଚନା ମିିଳିଛି। ପଳାଶି ଗାଁରେ ବହୁ ବର୍ଷ ଧରି ଚାଲିଥିଲା ଗୁଟୁଖା କାରଖାନା। ଗାଆଁ ଭିତରେ ୟୁନିଟ୍ ଚାଲିଥିବା ଖବର ଜାଣିବା ପରେ ପୁଲିସ୍ ଚଢାଉ କରି ଜବତ କରିଥିବା ସୂଚନା ।
Comments are closed, but trackbacks and pingbacks are open.