ପୋଲିସ କବ୍‌ଜାରେ ତିନି ଲୁଟେରା

Get real time updates directly on you device, subscribe now.

ଭଦ୍ରକ: ଚାରିଆଡ଼େ କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ହୋଇଛି । କିନ୍ତୁ ଲୁଟେରାମାନେ ଏହାର ସୁଯୋଗ ନେଇ କରିଚାଲିଛନ୍ତି ଲୁଟ୍‌ । ଗ୍ରାମାଞ୍ଚଳରେ ମଦ ଗଞ୍ଜେଇ ଓ ବ୍ରାଉନ୍‌ସୁଗାର କାରବାର ସାଙ୍ଗକୁ ପ୍ରତିଦିନ ଚୋରି ଘଟଣା ବଢିବାରେ ଲାଗିଛି ।
ଖବର ଅନୁଯାୟୀ, ବିଶେଷ ସୁତ୍ରରୁ ପୋଲିସ ଖବର ପାଇ ଜାତୀୟ ରାଜପଥ ଧାମନଗର ଛକ ନିକଟରେ ଏକ ବୋଲେରୋ ଗାଡ଼ିକୁ ପୋଲିସ ଅଟକାଇ ଥିଲା । ଗାଡ଼ିକୁ ଯାଞ୍ଚ ସମୟରେ ପ୍ରାୟ ୧୫ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ ଟାଓ୍ୱାରରେ ବ୍ୟବହାର ହେଉଥିବା ମୁଲ୍ୟବାନ ସାମଗ୍ରୀ ଜବତ ହୋଇଛି । ଏହା ସହ ଧାମନଗର ପୋଲିସ ତିନିଜଣ ଲୁଟେରା ଙ୍କୁ ଗିରଫ କରିଛି । ମୋବାଇଲ ଟାଓ୍ୱାରରୁ ବିଭିନ୍ନ ଯନ୍ତ୍ରାଂଶ ଲୁଟ୍‌ କରୁଥିବା ଅଭିଯୋଗର ଗିରଫ କରିଛି ପୋଲିସ । ଲୁଟେରା ମାନେ ଧାମନଗର ଅଞ୍ଚଳର ବୋଲି ଜଣାପଡିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons