ପୋ÷ରସଂସ୍ଥା ନିକଟରେ ଇଚ୍ଛାବତୀଗୁଡ଼ାବାସୀଙ୍କ ଦାବି

Get real time updates directly on you device, subscribe now.

ନବରଙ୍ଗପୁର: ରାସ୍ତା ଜବରଦଖଲ କରି ଜଣେ ବ୍ୟକ୍ତି ଗୋରୁଶାଳ କରିଥିବାରୁ ଯାତାୟତରେ ସମସ୍ୟା ହେଉଛି । ଏହାକୁ ହଟାଇ ପୋ÷ରସଂସ୍ଥା ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କରିବାକୁ ଇଚ୍ଛାବତୀଗୁଡାବାସୀ ନବରଙ୍ଗପୁର ପୌରନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବି କରିଛନ୍ତି । ଇଚ୍ଛାବତୀଗୁଡାର ପୂର୍ବତନ କାଉସିଲର ସୁଧୀର ମହାପାତ୍ର, ଏ.ସତିଶ. ସତ୍ୟନାରାୟଣ ସାହୁ, ରବୀନ୍ଦ୍ର କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ, ଜଗନ୍ନାଥ ମହାପାତ୍ର ପ୍ରମୁଖ ନବରଙ୍ଗପୁର ପୌର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ୩୦ ବର୍ଷ ତଳେ ଜମି ମାଲିକାଣୀ ସ୍ୱର୍ଗତ ପାର୍ବତୀ ଦୋରା ନିଜର ୧ଏକର ୨୮ ସେଣ୍ଟ ଜମିକୁ ପ୍ଲଟିଂ କରି ବିକ୍ରି କରିଥିଲେ । ସେଥିରୁ ଖାତାନଂ ୪୭୭/୩୫୬ରେ ଜନସାଧାରଣଙ୍କ ଯାତାୟାତ ଲାଗି ଲିଙ୍କ୍ ରୋଡ ରାସ୍ତା କରିବାକୁ ନିର୍ଦ୍ଧିଷ୍ଟ ପରିମାଣର ଜମି ଛାଡ଼ିଥିଲେ । ସେହିପ୍ରକାରେ ଲିଙ୍କ୍ ରୋଡ୍ ଦେଇ ଯାତାୟାତ କରଯାଉଥିଲା । କିନ୍ତୁ କିଛି ମାସ ତଳେ ଲିଙ୍କ୍ ରୋଡ ନିକଟରେ ଜଣେ ବ୍ୟକ୍ତି ଗୋରୁଶାଳ କରି ଅବରୋଧ କରି ଦେଇଛନ୍ତି । ରାସ୍ତା ବନ୍ଦ ହୋଇଯିବା କାରଣରୁ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାସ୍ତାରୁ ବେଆଇନ ଗୋରୁଶାଳକୁ ହଟାଇ ପୌରପାଳିକା ପକ୍ଷରୁ ରାସ୍ତା ନିର୍ମାଣ କରାଯିବାକୁ ଦାବି କରାଯାଇଛି । ତେବେ ପୌରନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ଅଭିଯୋଗର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁÂାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons