ଦାରିଙ୍ଗବାଡି,(ବି.ବି.ନୁ୍ୟଜ୍): ପୋକରା ଚାଉଳ ବଅନକୁ ନେଇ ଆଜି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଦେଇଛି । ଯୋଗାଣ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ସାଧାରଣ ବଅନ ବ୍ୟବସ୍ଥାରେ ଦିଆଯାଉଥିବା ଟଙ୍କିକିଆ ଚାଉଳ ପୋକରା ଥିବା ସହ ନିମ୍ନମାନର ହୋଇଥିବା ଜଣାପଡ଼ିଥିଲା । ଏନେଇ ହିତାଧିକାରୀ ଚାଉଳ ନେବା ସମୟରେ ଏଭଳି ପୋକରା ଚାଉଳ ଦେଖି ଏହାର ପ୍ରତିବାଦ କରିଥିଲେ । ଦାୟିତ୍ୱରେ ଥିବା ସେଲ୍ସ୍ମ୍ୟାନ ଏଭଳି ପୋକରା ଚାଉଳ ନେବାପାଇଁ ହିତାଧିକାରୀଙ୍କୁ ବାଧ୍ୟ କରିଥିଲେ । ଚାଉଳ ଅବସ୍ଥା ଏପରି ହୋଇଥିଲା ଯେ ମଣିଷ ତ ଖାଇବା ଦୂରର କଥା ପଶୁମାନଙ୍କ ପାଇଁ ମଧ୍ୟ ଖାଇବା ଯୋଗ୍ୟ ନଥିବା ଜିଲ୍ଲା ପରିଷଦ ସଦସ୍ୟା ସନ୍ଧ୍ୟାରାଣୀ ପ୍ରଧାନ ଅଭିଯୋଗ କରିଛନ୍ତି । ହିତାଧିକାରୀମାନେ ବ୍ଲକ କାର୍ଯ୍ୟାଳୟରେ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଯୋଗାଣ ଅଧିକାରୀ ପଞ୍ଚାୟତରେ ପହଞ୍ଚି ପୋକରା ଚାଉଳ ଦେଖି ହିତାଧିକାରୀଙ୍କୁ ଦେବାକୁ ମନା କରିଥିଲେ । ଏହା ବଦଳରେ ଭଲ ଚାଉଳ ୧୫ ତାରିଖ ପରେ ଦେବାକୁ ସେଲ୍ସ୍ମ୍ୟାନଙ୍କୁ ନିର୍ଦେଶ ଦେଇଛନ୍ତି । ସରକାର ଗରିବ ଲୋକଙ୍କୁ ଏକ ଟଙ୍କାରେ ଉନ୍ନତ ଧରଣର ଚାଉଳ ସାଧାରଣ ବଅନ ବ୍ୟବସ୍ଥା ମାଧ୍ୟମରେ ଯୋଗାଇ ଦେଉଥିବା ବେଳେ କିଛି ମୁନାଫା ଖୋର କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ହିତାଧିକାରୀଙ୍କୁ ପୋକରା ଚାଉଳ ଦିଆଯାଉଥିବା ଅଭିଯୋଗ ହେଉଛି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁÂାନ ଗ୍ରହଣ କରିବା ନେଇ ଦାବି ହେଉଛି ।
Comments are closed, but trackbacks and pingbacks are open.