ରାଇରଙ୍ଗପୁର : ବହଳଦା ଥାନା ପିଠାକୁଟୁଣୀ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ ପୋଖରୀରୁ ୫ ମାସ ଶିଶୁର ମୃତଦେହ ମିଳିବା ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ଖେଳାଇ ଦେଇଛି।
ସୂଚନାଯୋଗ୍ୟ ଯେ, ପିଠାକୁଟୁଣୀ ଗ୍ରାମର ରାଜେନ୍ଦ୍ର କିସ୍କୁ ନିଜ ସ୍ତ୍ରୀ ଓ ୫ ମାସର ପୁଅ ସହିତ ଶୋଇଥିଲେ । ତେବେ ରାତି ଅଧରେ ନିଦ ଭାଙ୍ଗି ଯିବାରୁ ଦେଖିଲେ ପାଖରେ ପୁଅ ନାହିଁ। ଆଖ ପାଖରେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ପୁଅକୁ ପାଇ ନ ଥିଲେ। ତେବେ ଆଜି ଦିନବେଳେ ଗାଁ ଲୋକେ ପୋଖରୀରେ ରାଜେନ୍ଦ୍ର କିସ୍କୁଙ୍କ ପୁଅ ଭାସୁଥିବା ଦେଖି ଖବର ଦେଇଥିଲେ। ସୂଚନା ପାଇ ପୋଲିସ ମୃତଦେହ ଉଦ୍ଧାର କରିଛି। ପାରିବାରିକ କଳହକୁ ନେଇ କେହି ଏପରି ଅମାନବୀୟ କାଣ୍ଡ କରିଥିବା ସନ୍ଦେହ କରାଯାଉଥିଲା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଆସୁଥିବା ଜଣାପଡ଼ିଛି।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.