ସୋର,(ବି.ବି.ନ୍ୟୁଜ୍): ପୋଖରୀରେ ବୁଡି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ହେଲେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ବଡପୋଖରି ପଞ୍ଚାୟତବାଲିମୁଣ୍ଡୁଳି ଗ୍ରାମର ଡୁବୁଲିଆ ସିଂ (୫୩) । ଗତକାଲି ଅପରାହ୍ନରେ ସେ ନିଜ ବିଲରେ ଚାଷ କାମ କରିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ପାଇନଥିଲେ । ଗତ ରାତିରେ ପୋଖରୀ ହୁଡାରେ ତାଙ୍କ ଲୁଗା ପଡ଼ିଥିବା ଦେଖି ପୋଖରୀରେ ଖୋଜିଥିଲେ । ଆଜି ଭୋରରୁ ତାଙ୍କ ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରିଥିଲେ । ଔପଦା ପୁଲିସ ଖବର ପାଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନକୁ ପଠାଇଥିଲା । ଏନେଇ ପୁଅ ଲଟ ସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.