ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କଟରା ବଜାର ନିକଟସ୍ଥ ଏକ ପୋଖରୀରୁ ଜଣେ ଯୁବକଙ୍କର ମୃତ ଦେହ ଆଜି ସକାଳେ ପୋଲିସ ଉଦ୍ଧାର କରିଥିଲା । ମୃତ ଯୁବକ ସ୍ଥାନୀୟ ଜଜାଙ୍ଗ ଗାଁର ରଶ୍ମିରଞ୍ଜନ ସ୍ୱାଇଁ ଓରଫ ଦୀପା ବୋଲି ଜଣାପଡିଛି । ସେ ଗତ ମଙ୍ଗଳବାର ସନ୍ଧ୍ୟା ରୁ ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତ ଦେହ କଟରା ପଞ୍ଚାୟତ ପୋଖରୀରୁ ଉଦ୍ଧାର କରାଯାଇଛି ।ରଶ୍ମିରଞ୍ଜନଙ୍କ ଗଳାକାଟି ହତ୍ୟା କରିବା ପରେ ପୋଖରୀରେ ପିଙ୍ଗିଦିଆଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ହତ୍ୟାକାରୀମାନେ ଜଜାଙ୍ଗ ଗ୍ରାମର ରଶ୍ମି ରଞ୍ଜନ ସ୍ବାଇଁଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗଳାକାଟି ହତ୍ୟା କରିବା ପରେ କଟରା ପଞ୍ଚାୟତ ପୋଖରୀରେ ପିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି ।ଆଜି ସକାଳୁ ସ୍ଥାନୀୟ ଲୋକେ ଶୌଚ ହେବାକୁ ଯାଇ ପାଣିରେ ଜଣେ ଯୁବକର ଭାସୁ ଥିବାର ଦେଖି ତିର୍ତ୍ତୋଲ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳରେ ପହଁଚିବା ଶବ ଉଦ୍ଧାର କରିବା ପରେ ମୃତ ଦେହ ଜଜାଙ୍ଗ ଗ୍ରାମର ରଶ୍ମି ରଞ୍ଜନ ସ୍ୱାଇଁ ବୋଲି ପରିଚୟ ମିଳିଥିଲା ।
ରଶ୍ମି ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ ଫୋନ କଲ ପାଇ ନିଜର ଆପାଚି ମୋଟର ସାଇକେଲରେ ଯାଇ ଆଉ ଘରକୁ ଫେରି ନଥିବା କହିଛନ୍ତି ପରିବାର ଲୋକେ ।ଅନ୍ୟ ପକ୍ଷରେ ହତ୍ୟାକାରୀମାନେ ରଶ୍ମୀକୁ ଅତି ବିଭତ୍ସ ଭାବରେ ଗଳାକାଟିବା ପରେ ସେହି ପୋଖରୀରେ ପିଙ୍ଗି ଦେଇଥିବା ଅନୁମାନ କରାଯାଉଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି ।
ଗତ ଦେଢ଼ ମାସ ତଳେ କଟରା ସମବାୟ ସମିତିରୁ ଜମାକାରୀମାନଙ୍କ ଟଙ୍କା ହାଡ଼ପକୁ ନେଇ ଲୋକେ ଆନ୍ଦୋଳନକୁ ଓଲ୍ହାଇ ଥିବା ବେଳେ ରଶ୍ମିରଞ୍ଜନ ସେଥିରେ ଲିଡିଂ ନେଉଥିଲେ । ଫଳରେ ଏହି ହତ୍ୟାକାଣ୍ଡ ରେ ସମବାୟ ଆନ୍ଦୋଳନର ଲିଙ୍କ ଥାଇପାରେ ବୋଲି ସନ୍ଦେହ କରା ଯାଉଥିବା ବେଳେ ତାଙ୍କର ପରିବାର ପକ୍ଷରୁ ମଧ୍ୟ ଏପରି ଅଭିଯୋଗ ହୋଇଛି ।
ଏନ୍ୟ ପକ୍ଷରେ ଗତ ମାସକ ତଳେ ନିକଟରେ ଥିବା ଏକ ମଦ ଦୋକାନ କର୍ମଚାରୀ ଙ୍କ ସହିତ ମଧ୍ୟ ରଶ୍ମିରଞ୍ଜନ ଙ୍କର ଗଣ୍ଡଗୋଳ ହୋଇଥିବା ସହିତ ଘଟଣା ସ୍ଥାନୀୟ କନକପୁର ଫାଣ୍ଡିରେ ସମାଧାନ ହୋଇଥିଲା । ହେଲେ ସମାଧାନ ହେବା ପରେ ମଧ୍ୟ ସମ୍ପୃକ୍ତ ମଦ ଦୋକାନ କର୍ମଚାରୀ ରଶ୍ମିଙ୍କ ଭାଇଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା । ଯାହାକୁ ନେଇ ଅଧିକ ସନ୍ଦେହ ସୃଷ୍ଟି ହୋଇଛି ।
ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ଓ ସାଇନ୍ଟଫିକ ଟିମ ପହଁଚି ଶବ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି । ଅଧିକ ତଦନ୍ତ ପରେ ହତ୍ୟାକାଣ୍ଡର ରହସ୍ୟ ଜଣା ପଡିବ ବୋଲି ଏସ୍ଡିପିଓ କହିଛନ୍ତି ।
କିଏ ଫୋନ କରି ଡାକିଥିଲା ରଶ୍ମିରଞ୍ଜନଙ୍କୁ । ଡାକିଥିବା ଲୋକ ହତ୍ୟାକାରୀ ନା ଆଉ କିଏ । ତାଙ୍କୁ ସେଇ ଠାରେ ସଙ୍ଘବଧ ଭାବେ ହତ୍ୟା କରାଯାଇଛି ନା ଅନ୍ୟ କେଉଁଠି ହତ୍ୟା କରାଯିବା ପରେ ସେଠାରେ ପକାଇ ଦିଆଯାଇଛି । ପୋଲିସ ତାର ସଠିକ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।
Comments are closed, but trackbacks and pingbacks are open.