ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଖୁଖେଳମାଲ ଗ୍ରାମ ପୋଖରୀରେ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଯୁବକ ତିଳେଇମାଲ ଗ୍ରାମର ଲୋଚନ ଖଡ଼ିଆ ବୋଲି ଜଣାପଡିଛି । ମୃତକଙ୍କ ବୟସ ପାଖାପାଖି ୩୫ବର୍ଷ ହେବ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଗ୍ରାମର କିଛି ଲୋକେ ପୋଖରୀରେ ଗୋଟିଏ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ଘଡଘଡି ସହିତ ଜୋର ବର୍ଷା ହେଉଥିବା ଯୋଗୁଁ ପୋଲିସ ଶବକୁ ଉଦ୍ଧାର କରିପାରିନଥିଲା । ଆଜି ସକାଳୁ ବ୍ରଜରାଜନଗର ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେହ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ମୃତକ ଜଣଙ୍କ ତିଳେଇମାଲ ଗାଁ ନିଜ ମାମୁ ଘରକୁ ବୁଲିବା ପାଇଁ ଆସିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons