ପୋଖରୀରୁ ଯୁବକଙ୍କ ଶବ ଉଦ୍ଧାର

Get real time updates directly on you device, subscribe now.

କାଶୀନଗର, (ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲା କାଶୀନଗର ଥାନା କେ.ସୀତାପୁର ଆର୍ଆଇ ଅଫିସ୍ ନିକଟ ହାତୀବନ୍ଧ ପଖୋରୀରରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି ପୁଲିସ । ମୃତ ଯୁବକର ନା’ ବିଜ୍ଞାନ ବଳି(୨୮), ଘର କେ.ସୀତାପୁରରେ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ୮ଟାବେଳେ ବିଜ୍ଞାନ ଶୌଚ ପାଇଁ ଯାଇଥିଲେ । ହେଲେ ଅନେକ ରାତି ଯାଏ ଘରକୁ ଫେରି ନଥିଲେ । ଫଳରେ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ମଙ୍ଗଳବାର ସକାଳେ ହାତୀବନ୍ଧକୁ କେତେକ ଲୋକ ଶୌଚ ପାଇଁ ଯିବା ସମୟରେ ସେଠାରେ ବିଜ୍ଞାନର ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ଏ ନେଇ ସେମାନେ ପରିବାରକୁ ଜଣାଇବା ପରେ ବିଜ୍ଞାନର ବାପା ଭୈରବ ବଳି ଏ ନେଇ ପୁଲିସକୁ ସୂଚନା ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons