ପୋଖରୀରୁ ୨ଯୁବକଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ରସୁଲପୁର,(ବି.ବି.ନୁ୍ୟଜ୍): ଯାଜପୁର ସଦର ଥାନା ୨୦ ନଂ ଜାତୀୟ ରାଜପଥ କୁଆଖିଆ-ଯାଜପୁର ରାସ୍ତାର ମହେଶ୍ୱରପୁର ମଟନ୍ ଛକରୁ ପ୍ରାୟ ୩ଶହ ମିଟର ଦୂରରେ ଥିବା ରାସ୍ତା ପାଶ୍ୱର୍ ପୋଖରୀ(ଗଉଡୁଣୀ ଗଣ୍ଡ)ରୁ ଶୁକ୍ରବାର ମଧ୍ୟାହ୍ନରେ ୨ଜଣ ଯୁବକଙ୍କ ମୃତଦେହ ସହିତ ଏକ ବାଇକ୍ ଉଦ୍ଧାର କରାଯାଇଛି । ମୃତଦ୍ୱୟ ଯାଜପୁର ଟାଉନ୍ ନିକଟସ୍ଥ ପଣସା ଗ୍ରାମର ସ୍ଥାୟୀ ବାସିନ୍ଦା ଓ ବର୍ତ୍ତମାନ ମାନସା ପୋଲ ଅଞ୍ଚଳର ବିନୀତ ଉପାଧ୍ୟାୟଙ୍କ ବଡପୁଅ ଅଭିଜିତ(୨୧) ଓ ଅନ୍ୟ ଜଣେ ଯାଜପୁର ଟାଉନ ଉପକଣ୍ଠ ଅବଦଲପୁର ଗ୍ରାମର ନରେନ୍ଦ୍ରନାଥ ରାୟଙ୍କ ପୁଅ ସୁନୀଲ ଓରଫ୍ ଦାଉ(୨୧) ବୋଲି ଚିହ୍ନଟ କରାଯାଇଛି ।
ଗଉଡଣୀ ଗଣ୍ଡରେ ଏକ ହେଲ୍ମେଟ୍ ଓ ଚପଲ ଭାସୁଥିବା ଆଜି ସକାଳେ ସ୍ଥାନୀୟ ଲୋକ ଦେଖିଥିଲେ । ହେଲ୍ମେଟ ଓ ଚପଲ ଭାସିବାକୁ କେହି ଗୁରୁତ୍ୱ ଦେଇ ନଥିଲେ । ତେବେ ମଧ୍ୟାହ୍ନ ସମୟରେ କିଛି ସ୍ଥାନୀୟ ପିଲା ହେଲମେଟ୍ ପାଖକୁ ଯିବାରୁ ତାଙ୍କ ଗୋଡ଼ରେ ବାଇକ୍ ହ୍ୟାଣ୍ଡେଲ୍ ବାଜି ଥିଲା । ପିଲାମାନେ ପାଣି ଭିତରୁ ବାଇକ୍ (ବାଜାଜ ପଲ୍ସର୍ ଓଡି ୩୪ଡି ୯୯୮୦)କୁ ବାହାରକୁ ଆଣିଥିଲେ । ବାଇକ୍ ଉଦ୍ଧାର ପରେ ଘଟଣାସ୍ଥଳରେ ଲୋକମାନଙ୍କ ଭିଡ଼ ଜମିଥିଲା । ଏ ସଂପର୍କରେ ରସୁଲପୁର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ପାଣି ଭିତରେ ଖୋଜାଖୋଜି କରିଥିଲେ । ବାଇକ୍ ମିଳି ଥିବା ସ୍ଥାନର ଅଳ୍ପ ଦୂରରେ ଦୁଇ ଜଣଙ୍କ ମୃତଦେହ ମିଳିଥିଲା । ଯାଜପୁର ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ପୁଲିସ ସଦର ଥାନାରେ ୮/୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons