
ଭୁବନ,(ବି.ବି.ନୁ୍ୟଜ): ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ମଝି ବେଣାଗାଡିଆ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ଜଣାପଡିଛି । ମୃତକ ହେଲେ ଭୁବନ ଏନଏସି ଅନ୍ତର୍ଗତ ୨ ନମ୍ବର ୱାର୍ଡ କଲଣି ଅଂଚଳର ବିଳାସ ବେହେରା(୫୨) । ସେ ଆଜି ଅପରାହ୍ନରେ ଗାଧୋଇବାକୁ ଘରୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରିନଥିଲେ । ଘରଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇନଥିଲେ । ସନ୍ଧ୍ୟାରେ ମଝି ବେଣାଗାଡିଆ ପୋଖରୀରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ଏ ସଂପର୍କରେ ଖବର ପାଇ ଭୁବନ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭୁବନ ଡାକ୍ତରଖାନା ପଠାଇଛନ୍ତି । ଏ ନେଇ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି ।


Comments are closed, but trackbacks and pingbacks are open.