ପୋଖରୀରେ ବୁଡ଼ି ଦୁଇ ଶିଶୁକନ୍ୟା ମୃତ

Get real time updates directly on you device, subscribe now.

କୁଳିଅଣା, (ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଗୁଡ଼ିଢ଼ିପା ଗାଁରେ ଆଜି ସକାଳେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଗାଁର ଏକ ଗୁଡ଼ିପୋଖରୀରେ ବୁଡ଼ି ଦୁଇଜଣ ଶିଶୁକନ୍ୟାଙ୍କର ମୃତୁ୍ୟ ହୋଇଛି । ମୃତକ ଦ୍ୱୟ ହେଲେ ମଦନ ବେଶ୍ରାଙ୍କ ଝିଅ ସୁକୁଲମଣି (୨) ଓ ବିଶ୍ୱନାଥ ବେଶ୍ରାଙ୍କ ଝିଅ ଶୁଭଶ୍ରୀ(୩) । ଦୁଇ ଶିଶୁକନ୍ୟା ସମ୍ପର୍କୀୟ ଭଉଣୀ ।
ସବିଶେଷ ଘଟଣାରୁ ପ୍ରକାଶଯେ, ସୁକୁଲମଣି ଏବଂ ଶୁଭଶ୍ରୀ ଆଜି ସକାଳ ପ୍ରାୟ ୭ଟାବେଳେ ଘର ପଛପଟକୁ ଯାଇଥିଲେ ଖେଳିବାକୁ । ଖେଳୁ ଖେଳୁ ଘର ପାଖରୁ ୫୦ମିଟର ଦୂର ଏକ ବିଲରେ ଥିବା ପାଣି ଭର୍ତ୍ତି ଖାଲ (ଗୁଡ଼ି ପୋଖରୀ)ରେ ଖସିପଡ଼ିଥିଲେ । ଦୁହେଁ ବୁଡ଼ି ପ୍ରାଣ ହରାଇଥିଲେ । କିଛି ସମୟ ପରେ ଦୁଇ ଶିଶୁକନ୍ୟାଙ୍କ ମୃତଦେହ ଭାସୁଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ । ଉଭୟଙ୍କୁ ତୁରନ୍ତ ଉଦ୍ଧାର କରି ଚାନ୍ଦୁଆ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଚାନ୍ଦୁଆ ପୁଲିସ ଘଟଣାର ତଦନ୍ତ କରୁଛନ୍ତି । ଏନେଇ ଚାନ୍ଦୁଆ ଗାଁରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons