ରାଇଘର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡିଠାରେ ମଙ୍ଗଳବାର ପୋଖରୀରେ ବୁଡି ଜଣେ ମହିଳା ଓ ତାଙ୍କର ୧୧ ମାସର ଶିଶୁକନ୍ୟାର ମୃତୁ୍ୟ ହୋଇଛି । ଏହି ମହିଳା ହେଲେ ସ୍ଥାନୀୟ କୁନେ୍ଦଇ ପଞ୍ଚାୟତ ନୂଆପାରା ଗାଁର ରୋସନୀ ଗଣ୍ଡ(୨୩) । ଶିଶୁ ଓ ମା’ର ଶବ ଉଦ୍ଧାର ପରେ ରାଇଘର ମେଡିକାଲରେ ବ୍ୟବଚ୍ଛେଦ କରାଯାଇଛି ।
ଗାଁ ଲୋକଙ୍କ ସୂଚନା ଅନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୯ ଟାରେ ଏହି ଦୁର୍ଘଟଣା ଘଟିଛି । ରୋସନୀ ନିଜ ଶିଶୁକୁ କାଖରେ ଧରି ହାଟଭରଣ୍ଡି ପାଖ ପୋଖରୀକୁ ଶୌଚ କରିବାକୁ ଯାଇଥିଲେ । ଅସାବଧାନତାରୁ ଉଭୟ ମା ଓ ଶିଶୁ ପାଣିରେ ବୁଡି ଯାଇଥିଲେ । ସକାଳ ପ୍ରାୟ ସାଢେ ୧୦ ଟାରେ ସେହିବାଟ ଦେଇ କେତେଜଣ ଲୋକ ଯାଉଥିଲେ । ରୋସନୀଙ୍କ ଶବ ପାଣିରେ ଭାସୁଥିବା ଦେଖିଥିଲେ । ରୋସନୀ ବଞ୍ଚିଥିବା ଭାବି ତୁରନ୍ତ ଲୋକେ ଶବକୁ ପାଣିରୁ ଉଦ୍ଧାର କରିଥିଲେ । ଖବର ପାଇ ଓଡ୍ରାଫ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଖରୀରେ ଖୋଜାଖୋଜି କରି ଶିଶୁର ମୃତଦେହ ଉଦ୍ଧାର କରିଥିଲେ ।
ଏ ସମ୍ପର୍କରେ ହାଟଭରଣ୍ଡି ସରପଞ୍ଚ ମନସୁରାମ ଗଣ୍ଡ କହିଛନ୍ତି, ରୋସନୀ ମାନସିକ ଭାରସାମ୍ୟ ହରାଇ କିଛିଦିନ ହେଲା ନିଜ ଶିଶୁକୁ ଧରି ଏଣେତେଣେ ବୁଲାବୁଲି କରୁଥିଲେ । ପୋଖରୀରେ ଶୌଚବେଳେ ଅସାବଧାନତାରୁ ପାଣିରେ ବୁଡିଯାଇଥିଲେ । ରାଇଘର ଥାନାରେ ଏ ନେଇ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ପୁଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.