ପୋଖରୀରେ ବୁଡ଼ି ଯୁବକ ମୃତ

Get real time updates directly on you device, subscribe now.

ସାନଖେମୁଣ୍ଡି, (ବି.ବି.ନୁ୍ୟଜ୍): ପାଟପୁର ଥାନା ରାଧାଦେଇପୁର ଗ୍ରାମ ନୂଆସାହି ପୋଖରୀରେ ଶୁକ୍ରବାର ସକାଳେ ଜଣେ ଯୁବକ ବୁଡ଼ି ମୃତୁ୍ୟ ହୋଇଥିବା ଜଣାପଡିଛି । ମୃତ ଯୁବକ ହେଲେ ରାଧାଦେଇପୁର ନୂଆସାହିର ବାଉରୀ ମହାଙ୍କୁଡ଼ଙ୍କ ପୁଅ ଜୟସେନ ମହାଙ୍କୁଡ଼(୨୬) । ଆଜି ସକାଳେ ଜୟସେନ ଓ ତାଙ୍କ ସାଙ୍ଗମାନେ ଦିଗପହଣ୍ଡି ନିକଟସ୍ଥ କେରାଣ୍ଡିମାଳ ପର୍ବତରେ ରହିଥିବା ମାଆ ବାଙ୍କେଶ୍ୱରୀ ପୀଠକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜୟସେନ ଭୋରରୁ ଉଠି ନିକଟସ୍ଥ ନୂଆବନ୍ଧ ସାହି ପୋଖରୀକୁ ଗାଧୋଇବା ପାଇଁ ଯାଇଥଲେ । ଅସାବଧାନତା କାରଣରୁ ପୋଖରୀରେ ବୁଡ଼ି ଯାଇଥିଲେ । ବହୁ ସମୟ ଯାଏଁ ଜୟସେନ ଘରକୁ ନଫେରିବାରୁ ପରିବାର ଲୋକ ପୋଖରୀକୁ ଯାଇ ଖୋଜାଖୋଜି କରିଥିଲେ । ଜୟସେନଙ୍କ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପୋଖରୀରୁ ସଜ୍ଞାହୀନ ଅବସ୍ଥାରେ ଜୟସେନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପାଟପୁର ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଏକ ଅପମୃତ୍ୟ ମାମଲା ୪/୨୦୨୦ ରୁଜୁ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons