ବାରିପଦା,(ବି.ବି.ନୁ୍ୟଜ୍): ମା’ପୁଅ ଦୁହେଁ ଗାଧୋଇବାକୁ ପୋଖରୀକୁ ଯାଇଥିଲେ । ହଠାତ୍ ଏକ ପ୍ରଚଣ୍ଡ ଶଦ୍ଧ କରି ପୋଖରୀରେ ଛିଡି ପଡ଼ିଲା ଉଚ୍ଚକ୍ଷମତା ସମ୍ପନ୍ନ ୧୧ କେଭି ତାର । ମାଆ ପୁଅ କିଛି ବୁଝିବା ପୂର୍ବରୁ ଅଚାନକ ଏଭଳି ଅଘଟଣ ଘଟି ଯାଇଥିଲା । ୮ବର୍ଷର ପୁଅ ଡରିଯାଇ ପାଣି ଭିତରକୁ ପଶିଯାଇଥିଲା । ସେଠାରେ ଚେତାଶୂନ୍ୟ ହୋଇଗଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ଦ୍ୱାରା ୧୦୮ଆମ୍ବୁଲାନ୍ସ ଯୋଗେ ଶିଶୁକୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା ଓ ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି ବୁଧବାର ସାଢେ୧୦ଟାବେଳେ ଯଶୀପୁର ଥାନା ଅନ୍ତର୍ଗତ ସାନ ନଈ ଗାଁରେ ।
ସୂଚନା ମୁତାବକ ଶିଶୁଟିର ଘର କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ମାଛଗଡ଼ ଗାଁରେ । ଶିଶୁଟି ତା’ ମାମୁଁଘରେ ଯଶୀପୁରର ସାନ ନଈ ଗାଁରେ ରହି ପାଠ ପଢେ଼ । ତେବେ ଚିକିତ୍ସିତ ଶିଶୁଟିର ଅବସ୍ଥା ବିପଦମୁକ୍ତ ଥିବା ଜଣାପଡିଛି । ୧୧କେଭି ତାର ଅଚାନକ ଛିଣ୍ଡିପଡିବା ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ବିଦୁ୍ୟତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି କହୁଥିଲା ବେଳେ ଭଗବାନଙ୍କ କୃପାରୁ ଶିଶୁଟି ସୁସ୍ଥ ଅଛି । ମାଆ ମଧ୍ୟ ବିଦୁ୍ୟତ ଆଘାତରୁ ବର୍ତ୍ତି ଯାଇଛନ୍ତି ।
Comments are closed, but trackbacks and pingbacks are open.