କାଲିମେଳା: ନଦୀରେ ଭାସି ଯାଇ ଛାତ୍ର ନିଖୋଜ। କାଲିମେଳା ବ୍ଲକ ଭେଙ୍କଟପାଲମ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ଗାଁ ପାଖରେ ଥିବା ପୋଟେରୁ ନଦୀରେ ଛାତ୍ର ଜଣଙ୍କ ଭାସି ଯାଇଥିବା କୁହାଯାଉଛି।
ମିଳିଥିବା ସୂଚନା ମୁତାବକ, ସାଙ୍ଗମାନଙ୍କ ସହ ନଦୀ କୂଳରେ ଭୋଜିର ଆୟୋଜନ ହୋଇଥିଲା। ଭୋଜି ସରିବା ପରେ ସମସ୍ତେ ଫେରିଥିଲେ, ହେଲେ ରାଜେଶ ମଣ୍ଡଳଙ୍କ ପୁଅ ରାକେଶ ଫେରିନଥିଲେ। ରାକେଶଙ୍କୁ ନଦୀ ପହଁରା ଜଣା ନ ଥିବାରୁ ନଦୀରେ ଭାସି ଯାଇଥିବାର ଅନୁମାନ କରାଯାଉଛି।
ଗତ କାଲିଠାରୁ ଅଗ୍ନିଶମ ବିଭଗ ନଦୀରେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ରାକେଶ ର ପତ୍ତା ମିଳି ପାରି ନାହିଁ। ବର୍ତ୍ତମାନ ସୁଧା ଖୋଜା ଖୋଜି ଜାରି ରହିଛି। ସେପଟେ ଗୋଟେ ବୋଲି ପୁଅର ନିଖୋଜ ଖବର ଶୁଣି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।


Comments are closed, but trackbacks and pingbacks are open.