ପୋଡ଼ି ହୋଇ ମହିଳା ଗୁରୁତର: କଟକ ସ୍ଥାନାନ୍ତର

Get real time updates directly on you device, subscribe now.

ଆନନ୍ଦପୁର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ଗାଁରେ ଗ୍ୟାସ୍ ଚୁଲାରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କର ନାଁ ବୁଧୁନି ସିନ୍ଧୁ । ମିଳିଥିବା ସୂଚନା ଅନୁସାରେ, ଗତକାଲି ବୁଧୁନି ଗ୍ୟାସ ଚୁଲାରେ ଲାଇଟ୍ର ଦ୍ୱାରା ଅଗ୍ନି ସଂଯୋଗ କରୁଥିବା ସମୟରେ ହଠାତ୍ ନିଆଁ ଖୁବ୍ ଜୋରରେ ଜଳି ଉଠିଥିଲା । ବୁଧୁନି ପିନ୍ଧିଥିବା ଲୁଗାରେ ନିଆଁ ଲାଗିଯାଇଥିଲା । ପରିବାର ଳୋକେ ତାଙ୍କୁ ପ୍ରଥମେ ଠାକୁରମୁଣ୍ଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଅସାବଧାନତା କାରଣରୁ ଏହି ଅଘଟଣ ଘଟିଲାବୋଲି ପରିବାର ଲୋକେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons