ପୋଢ଼ବଳିକୁ ରୋକିଲା ପ୍ରଶାସନ

Get real time updates directly on you device, subscribe now.

ଟିକିରି: କାଶୀପୁର ବ୍ଲକ୍ ଟିକିରି ଆଦିବାସୀ ସାହିରେ ଠାକୁରାଣୀ ଯାତ୍ରାରେ ପୋଢବଳିକୁ ରୋକିବାରେ ସଫଳ ହୋଇଛି ପ୍ରଶାସନ । ଏହାପରେ ଗଣ୍ଡଗୋଳକୁ ଆଶଙ୍କା କରି ବିଭିନ୍ନ ସାହିରେ ପୁଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି ।
ସ୍ଥାନୀୟ ଆଦିବାସୀ ବସ୍ତିରେ ଆଜି କୋଭିଡ୍ ନିୟମ ଉଲ୍ଲଂଘନ କରାଯାଇ ଠାକୁରାଣୀ ଯାତ୍ରାର ଆୟୋଜନ କରାଯାଇଥିଲା । ଯାତ୍ରା ପାଳନରେ ପୋଢକୁ ବଳି ଦେବାର ପରମ୍ପରା ରହିଛି । ଠାକୁରାଣୀଙ୍କ ଘଟ ବିସର୍ଜନ ବେଳେ କାଳିସି ନାଚ ସହ ଗାଁର ଯୁବକ ଯୁବତୀମାନେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଢେମସା ନାଚ କରିଥାନ୍ତି । ଠାକୁରାଣୀଙ୍କ ଠାରେ ନଡିଆ, କଦଳୀ, ଶୁକ୍ଳ ଭୋଗ ଲାଗି କରିବା ସହ ମାନସିକଧାରୀମାନେ କୁକୁଡା, ପାରା, ଛେଳି, ମେଣ୍ଢା ବଳୀ ପକାଇଥାନ୍ତି । ଯାତ୍ରା ପାଳନରେ କୋଭିଡ୍ କଟକଣା ଉଲ୍ଲଂଘନ ଆଶଙ୍କା ଥିବାରୁ ଏସ୍ଡିପିଓ ଦେବଜ୍ୟୋତି ଦାଶ ଏବଂ ଟିକିରି ଥାନା ଆଇଆଇସି ବନ୍ଦନା ନାୟକଙ୍କ ସହ ପୁଲିସ୍ ଅଧିକାରୀମାନେ ମଙ୍ଗଳବାର ଯାତ୍ରା ବନ୍ଦ କରିବାକୁ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଯାତ୍ରା ବନ୍ଦ କରାହେଲେ ପରମ୍ପରା ନଷ୍ଟ ହେବା ସହ ସାହିରେ ଅଘଟଣ ହେବା ଆଶଙ୍କା ରହିଥିବା ଗ୍ରାମବାସ କହିଥିଲେ । ପରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିବା ଆଶଙ୍କାରେ ପୁଲିସ୍ ପକ୍ଷରୁ ସାହିରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ଏଥିସହ ଗାଁର ବିଭିନ୍ନ ସାହିରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା । ପରେ ସାହିର କେତେକ ବେଜୁବେଜୁଣୀଙ୍କୁ ନେଇ କୋଭିଡ୍ ନିୟମକୁ ମାନି ପୂଜାବିଧି ସହ ଯାତ୍ରା ପାଳନ କରାଯାଇଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons