ପୋଲଉପରୁ ପାଣିସ୍ରୋତରେ ଭାସିଗଲାମିନିଟ୍ରକ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍) ଶନିବାର ଦିନ ଏକ ପୋଲଉପରୁ ପ୍ରବଳ ପାଣିସ୍ରୋତରେ ଭାସିଗଲା ମିନିଟ୍ରକ,ଡ୍ରାଇଭର ଏ ହେଲପରଙ୍କୁ ଉଦ୍ଧାରକଲେ ଗ୍ରାମବାସୀ । ଦୀର୍ଘ୬ଦିନର ଲଗାଣ ବର୍ଷାରେ ମାଲାକନଗିରି ଜିଲ୍ଲାର ବିଭିନ୍ନ ନଦୀ ନାଳରେ ପାଣିଭରପୁର ହୋଇ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି ମୋଟୁ ୩୨୬ନମ୍ବର ଜାତୀୟରାଜପଥ କାଙ୍ଗୁରକୋଣ୍ଡା ପୋଲଉପରେ ୪ଫୁଟ ଉଚ୍ଚରେ ପାଣିଚାଲିଥିବାରୁ ଦୁଇଦିନ ଧରି ପୋଲନିକଟରେ ଅନେକ ଯାନବାହନ ଅଟକିରହିଥିଲା, ଦୁଇଦିନ ଧରି ଗାଡି ଅଟକିରହିଥିବାରୁ ଅଧର୍ଯ୍ୟ ହୋଇ ଗତକାଲି ଏକ ପ୍ଲାଷ୍ଟିକ ଟ୍ରେ ବୋଝେଇ ମିନିଟ୍ରକର ଡ୍ରାଇଭର ସେହି ପୋଲଉପରେ ଗାଡିଟିକୁ ପାରକରିବାକୁ ଚେଷ୍ଟାକରିଥିଲେ ।ଗାଡିଟି ପୋଲ ମଝାମଝା ରେ ପହଁଚିଲାବେଳକୁ ପ୍ରବଳ ଜଳସ୍ରୋତରେ ଟ୍ରକଟି ପୋଲତଳକୁ ଭାସି ଯାଇଥିଲା ।ଟ୍ରକ ଡ୍ରାଇଭର ଓ ହେଲପର ବହୁକଷ୍ଟରେ ଟ୍ରକଭିତରୁ ବାହାରି ପାଣିରେ ପହଁରି ପହଁରି ଆସୁଥିବା ର ଦେଖି ନିକଟରେ ଥିବା ଗ୍ରାମବାସୀ ମାନେ ସେ ଦୁଇଜଣଙ୍କୁ ଉଦ୍ଧାରକରି ସେମାନଙ୍କ ଜୀବନ ବଚାଂଇ ଏକ ମନ୍ଦିର ବେଢାରେ ଆଶ୍ରୟଦେଇଛନ୍ତି । ପରେ ଏଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ପହଁଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons