ପାତ୍ରପୁର, (ବି.ବି.ନୁ୍ୟଜ୍): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଗ୍ୟାସ୍ ବୋଝେଇ ଟ୍ରକ୍ । ଆଜି ସକାଳେ ପାତ୍ରପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଗୁଡ଼ିପଦର ରାସ୍ତାର ପୋଲ ଉପରେ ଧକ୍କା ଦେଇ ଟ୍ରକ୍ ଅଟକି ଯାଇଛି । ଟ୍ରକରେ ଗ୍ୟାସ ବୋଝେଇ ହୋଇ ଥିବାରୁ ବିସ୍ଫୋରଣ ଆଶଙ୍କାରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା । ପାତ୍ରପୁର ବ୍ଲକ ଗୁଡିପଦର ଗ୍ରାମକୁ ଓଡ଼ିଶାର ବି.ନୂଆଗାଁ ଠାରୁ ରାସ୍ତା ରହିଛି । ଜାତୀୟ ରାଜପଥ ଠାରୁ ଆନ୍ଧ୍ର ଖଜୁରିଆ ଦେଇ ବହୁ ଟ୍ରକ ଅଧିକା ମାଲ ବୋଝେଇ କରି ଏହି ରାସ୍ତାରେ ରାତିରେ ଚଳାଚଳ କରିଥାନ୍ତି ।ଏହାଫଳରେ ରାସ୍ତା ନଷ୍ଟ ହେବା ସହ ଲୋକଙ୍କ ଯାତାୟତ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ଗ୍ୟାସ ବୋଝେଇ ଟ୍ରକ ସେତୁ ଉପରେ ଧକ୍କା ହୋଇ ଅଟକି ରହିଥିବାରୁ ଦେଖିବାକୁ ବହୁ ଲୋକ ରୁଣ୍ଢ ହୋଇଥିଲେ । ଏହି ରାସ୍ତାରେ ମାତ୍ର ୮ଟନ୍ ଓଜନ ବୋଝେଇ ସାମଗ୍ରୀ ନେବାକୁ ଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ କହିଛନ୍ତି । ତେବେ ଭାରୀଯାନ ଚଳାଚଳ ସହ ନିଷିଦ୍ଧ ଜିନିଷ ଚୋରା ଚାଲାଣ ରୋକିବା ପାଇଁ ଓଡ଼ିଶା ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।
Comments are closed, but trackbacks and pingbacks are open.