ପୋଲିଓ ବୁନ୍ଦା ଖାଇ ଶିଶୁକନ୍ୟା ମୃତ ଅଭିଯୋଗ :ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶବ ରଖି ପରିବାର ଲୋକଙ୍କ ଧାରଣା

Get real time updates directly on you device, subscribe now.

ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ବ୍ରହ୍ମଗିରି ଥାନା ନରଣପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲିଓ ବୁନ୍ଦା ଖାଇ ଏକ ଅଢେ଼ଇମାସର ଶିଶୁକନ୍ୟାର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ମୃତ ଶିଶୁକନ୍ୟାକୁ ନେଇ ପରିବାର ଲୋକେ ରେବଣାନୂଆଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରଖି ଧାରଣା ଦେଇଥିଲେ । ଏପରିକି ମୃତ ଶିଶୁକନ୍ୟାର ପରିବାରକୁ ଆର୍ଥକ ସହାୟତା ଦେବା ଦାବିରେ ଏହି ଧାରଣାରେ ଅନେକ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ । ଶେଷରେ ପରିବାର ଲୋକଙ୍କୁ ବୁଝାସୁଝା କରି ପୁଲିସ ଶିଶୁକନ୍ୟାର ଶବ ବ୍ୟବଛେଦ ପାଇଁ ପୁରୀ ପଠାଇଛି ।
ଖବରରୁ ପ୍ରକାଶ ଯେ, ବ୍ରହ୍ମଗିରି ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ସ୍ମୃତିରଞ୍ଜନ ବିଶ୍ୱାଳଙ୍କ ଅଢେ଼ଇ ମାସର ଶିଶୁକନ୍ୟା ପ୍ରିୟଙ୍କା ପ୍ରିୟଦର୍ଶିନୀକୁ ଗତ ୪ ତାରିଖ ଦିନ ବ୍ରହ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ପୋଲିଓ ବୁନ୍ଦା ଦିଆଯାଇଥିଲା । ବୁଧବାର ରାତି ଓ ଗୁରୁବାର ଦିନତମାମ ପି୍ରୟଙ୍କାକୁ ଜ୍ୱର ହେବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ । ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ଯୋଗାଯୋଗ କରିବାରୁ ସେମାନେ କହିଥିଲେ ଯେ ପୋଲିଓ ବୁନ୍ଦା ଖାଇଲେ କିଛି ପିଲାଙ୍କୁ ଜ୍ୱର ହୁଏ । ତେବେ ଜ୍ୱର ଆପେ ଆପେ ଭଲ ହୋଇଯିବ । କିନ୍ତୁ ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ପି୍ରୟଙ୍କାର ଦେହ ଅତ୍ୟନ୍ତ ଖରାପ ହେବାରୁ ପରିବାର ଲୋକେ ତାକୁ ରେବଣାନୂଆଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ନଥିବାରୁ ଜନୈକ ଫାର୍ମାସିଷ୍ଟଙ୍କୁ ପିଲାକୁ ଦେଖିବା ପାଇଁ କହିଥିଲେ । ଫାର୍ମାସିଷ୍ଟ ଜଣକ ପିଲାଟିର ମୃତୁ୍ୟ ହୋଇଥିବା ଓ ତାକୁ ପୁରୀ କିମ୍ବା ଘରକୁ ନେଇଯିବା ପାଇଁ କହିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ଯଦି ଡାକ୍ତର ଥାଆନ୍ତେ, ତେବେ ଶିଶୁଟି ବଞ୍ଚି ଯାଇଥାଆନ୍ତା ବୋଲି ଦାବି କରି ପରିବାର ଲୋକେ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିରହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons