ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଲୋକେ, ଅଭିଯୋଗ ପରେ ବିଳମ୍ବରେ ପହଞ୍ଚିବାରୁ ଲୋକେ ତାତିଲେ

Get real time updates directly on you device, subscribe now.

ଜଳେଶ୍ୱର: ମାତିଲେ ଲୋକେ ଛେଚିଲେ ପୁଲିସକୁ ଜ୍ଝ ରାସ୍ତା କଡରୁ ନାବାଳକ ମୃତ ଦେହ ଉଦ୍ଧାର ହେବା ପରେ ଲୋକେ ଉକ୍ତେତ ହୋଇ ପୁଲିସକୁ ଛେଚିବା ସହ ରାସ୍ତାରୋକ କରିଥିବାର ସୂଚନା ମିଳିଛି। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ବାଲିଆପାଳ-ବସ୍ତା ରାସ୍ତାରେ ଘଟିଛି । ମୃତଦେହଟି ଏକ ଢାବା ନିକଟରେ ଝୁଲୁଥିବା ଦେଖିବାକୁ ମିଳିବା ପରେ ଏହାକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସକୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।
ଆଜି ସକାଳେ ବାଲିଆପାଳ-ବସ୍ତା ରାସ୍ତାର ଇଡକୋ ଛକ ଢାବାରେ ଏକ ନାବାଳକର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଛି । ନାବାଳକର ପରିଚୟ ମିଳିପାରି ନାହିଁ । କିନ୍ତୁ ସେ ଭେ।ଗରାଇ ଅଂଚଳର ହୋଇଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ମୃତଦେହଟି ଏଠାକୁ ଆସିଲା ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଆହୁରି ମଧ୍ୟ ଏହା ଆତ୍ମହତ୍ୟା ନା କେହି ହତ୍ୟା କରିବା ପରେ ମୃତଦେହଟିକୁ ଟାଙ୍ଗି ଦେଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ କହିଛି ।
ଏତତ୍ ବ୍ୟତୀତ ଖବର ସାମ୍ନାକୁ ଆସିବା ପରେ ଢାବାରେ ଉତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ଢାବାରେ ଭଙ୍ଗାରୁଜା କରିବା ସହ ହତ୍ୟା ଅଭିଯୋଗ ଆଣିଛନ୍ତି । ସେମାନେ ବସ୍ତା-ବାଲିଆପାଳ ରାସ୍ତାରେ ଧାରଣ। ଦେବା ସହ ଅବରୋଧ କରିଛନ୍ତି । ଆହୁରି ମଧ୍ୟ ସେମାନେ ରାସ୍ତାରେ ପୁଲିସକୁ ଗୋଡାଇ ଗୋଡାଇ ପିଟିଥିବା ଦେଖିବାକୁ ମିଳିଛି । ଏପରିକି ନାବାଳକର ପରିବାର ପକ୍ଷରୁ ମଧ୍ୟ ହତ୍ୟା ଅଭିଯୋଗ ଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons