ପୋଲିସ ଉପରକୁ ଗୁଳି ଚଳାଇ ଫେରାର ଉଦ୍ୟମ ବେଳେ ୩ ଅପରାଧୀଙ୍କୁ କାବୁ କଲା ପୋଲିସ, ୪ ଫେରାର

Get real time updates directly on you device, subscribe now.

ଝାରସୁଗୁଡା : ପୋଲିସ ଉପରକୁ ଗୁଳି ଚଳାଇ ଫେରାର ଉଦ୍ୟମ ବେଳେ ୩ ଅପରାଧୀଙ୍କୁ କାବୁ କଲା ପୋଲିସ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଚଢାଉ କରିଥିଲା ।
ସୂଚନାଯୋଗ୍ୟ ଯେ, ବ୍ରଜରାନଗର ହିଲଟପ କଲୋନୀର ଏକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଘରେ ଚଢ଼ାଉ ବେଳେ ଅପରାଧୀମାନେ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ସମୟରେ ୩ ଜଣଙ୍କୁ ଧରି ପୋଲିସ ମାଡିବସିଥିଲା ।
ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ ସହ ଅଫୁଟା ଗୁଳି, ଭୁଜାଲି ସହ ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ। ତେବେ ଅନ୍ୟ ୪ ଅପରାଧୀ ଫେରାର ହୋଇ ଯାଇଥିବା ଜଣାପଡିଛି । ଏମାନେ ସମସ୍ତେ କୋଇଲା ମାଫିଆ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ସହଯୋଗୀ ବୋଲି ଜଣା ପଡ଼ିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons