ପୋଲିସ, ଡାକ୍ତରଙ୍କ ନାଁରେ ମାମଲା

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୋଲିସ ହେପାଜତରେ ଜଣେ ନାବାଳିକାଙ୍କ ଗର୍ଭପାତ ଅଭିଯୋଗ ମାମଲାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ରାଏବଗା ଥାନାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏହି ୬ଜଣଙ୍କ ମଧ୍ୟରେ ବୀରମିତ୍ରପୁର ଥନାଧିକାରୀ, ଜଣେ କର୍ମଚାରୀ, ଜଣେ ଡାକ୍ତରଙ୍କ ସମେତ ନାବାଳିକାଙ୍କ ସାବତ ବାପା ଏବଂ ଅନ୍ୟ ଦୁଇ ଜଣଙ୍କ ନାମରେ ମାମଲା ଦାୟର ହୋଇଛି । ଗର୍ଭପାତ ପରେ ନାବାଳିକା ଜଣକ ଏବେ ଚାଇଲ୍ଡ ଲାଇନ୍ ହେପାଜତରେ ରହିଛି । ତେବେ ବୀରମିତ୍ରପୁର ଥାନା ଅଧିକାରୀ ଏବଂ ଡାକ୍ତରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ପୋଲିସ ସୂଚନାଅନୁସାରେ , ଜୁନ୍ ୧୪ ତାରିଖରେ ଅସହାୟ ଅବସ୍ଥାରେ ନାବାଳିକା ଜଣକ ବୀରମିତ୍ରପୁର ବସ୍ଷ୍ଟାଣ୍ଡ ନିକଟରେ ବୁଲୁଥିବା ଦେଖି ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଏହାପରେ ଘରେ ଛାଡ଼ି ଦେବାକୁ କହିବାରୁ ନାବାଳିକା ଜଣକ ଘରକୁ ଯିବାକୁ ମନା କରି ଦେଇଥିଲେ । ସେ ଅସୁସ୍ଥ ଥିବାରୁ ଡାକ୍ତରଖାନା ନେବାକୁ କହିଥିଲେ । ହେଲେ ଡାକ୍ତରଖାନାରେସେ ଦୁଇ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ତେବେ ନାବାଳିକାଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ଏକ ସରକାରୀ ଚିକିତ୍ସାଳୟରେ ଡାକ୍ତର ଗର୍ଭପାତ କରାଯାଇଥିବା ପୋଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons