ପୋଲିସ ଫାଣ୍ଡିରେ ଦଳିତ ଯୁବକଙ୍କୁ ମାଡ ଅଭିଯୋଗ

Get real time updates directly on you device, subscribe now.

ସାଲେପୁର : ପୋଲିସ ଫାଣ୍ଡିରେ ହିଁ ଦଳିତ ଯୁବକଙ୍କୁ ଫାଣ୍ଡି ଅଫିସରଙ୍କ ମାଡ଼ ଅଭିଯୋଗ । ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ମହାଳହାଟ ଫାଣ୍ଡିରେ। 5-T ବ୍ୟବସ୍ଥାରେ ମଧ୍ୟ ଅଭିଯୋଗ ଶୁଣାଣି କରିବା ପରିବର୍ତ୍ତେ ଫାଣ୍ଡି ଅଫିସର ଅଭିଯୋଗକାରୀ ବିଶ୍ବନାଥପୁର ଗାଁର ଗୋବର୍ଦ୍ଧନ ମଳିକଙ୍କୁ ଫାଣ୍ଡିକୁ ଡାକି ବହୁ ସମୟଧରି ଅଟକ ରଖିବା ସହ ମାଡ଼ ମାରି ଆହତ କରିଥିବା ସେ ସାଲେପୁର ଏସଡିପିଓଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ନିଜ ବଡବାପା ପୁଅ ଭାଇ ସହ ଘରେଇ ଝଗଡାକୁ କେନ୍ଦ୍ର କରି ଏକ ଏତଲାକୁ ଆଧାର କରି ଫାଣ୍ଡି ଅଧିକାରୀ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାଡ଼ ମାରି କାଗଜରେ ଦସ୍ତଖତ କରାଇଥିବା ସେ ଅଭିଯୋଗ କରିଛନ୍ତି। ମାଡ଼ ମାରିବା ଯୋଗୁଁ ତାଙ୍କ ମୁଣ୍ଡ, ଦେହ, ବେକ ଓ ହାତରେ ଗଭୀର ଆଘାତ ଲାଗି ସେ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ପ୍ରେସକ୍ରିପ୍ସନ ମଧ୍ୟ ଦେଖାଇଛନ୍ତି । ଅନ୍ୟପଟେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇ ନିଜେ ଏହି ଘଟଣାର ତଦନ୍ତ କରିବେ ବୋଲି ସାଲେପୁର ଏସଡିପିଓ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons