ପୋଲ ତଳକୁ ଖସିପଡ଼ିଲା କାର୍,୩ ମୃତ, ୨ ଗୁରୁତର

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ସହର ଉପକଣ୍ଠ ୧୬ ନଂ. ଜାତୀୟ ରାଜପଥର ବିର୍ଲା ଟାୟାର୍ସ ନିକଟରେ ଶନିବାର ଭୋର୍ ଏକ ସଡ଼କରେ ୩ ଜଣଙ୍କ ମୃତୁ୍ୟ ଘଟିଛି । ମୃତକମାନେ ହେଲେ ମୟୂରଭଞ୍ଜ ଜିଲ୍ଳା ବାରିପଦା ସହର ତକତପୁର ଅଞ୍ଚଳର ଅଧୀର କୁମାର ସାହୁଙ୍କ ପୁଅ ରବୀନ୍ଦ୍ର(୨୪), ଲକ୍ଷ୍ମୀଧର ପଣ୍ଡାଙ୍କ ପୁଅ ସନ୍ତୋଷ(୨୫) ଓ କୁଆମରା ଚିଲିମା ଅଞ୍ଚଳର ଦେବାଶିଷ ଆଚାର୍ଯ୍ୟ । ଏଥିରେ ଗୁରୁତର ହୋଇ ମୟୂରଭଞ୍ଜ ଜିଲ୍ଲା ତକତପୁର ଅଞ୍ଚଳର କରୁଣାକର ମହାନ୍ତିଙ୍କ ପୁଅ ସୁନୀଲ ଓ ଶରତ କୁମାର ଦାସଙ୍କ ପୁଅ ଅଭିଷେକ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।
ଖବରରୁ ପ୍ରକାଶ, ଶନିବାର ଭୋର୍ ବେଳେ ରବୀନ୍ଦ୍ର, ସନ୍ତୋଷ, ଦେବାଶିଷ, ସୁନୀଲ ଓ ଅଭିଷେକ ଏକାଠି ଏକ କାର (ଓଡି-୧୧-ଏମ-୩୫୨୦)ରେ ବାରିପଦାରୁ ଭୁବନେଶ୍ୱର ଯାଉଥିଲେ । ପ୍ରାୟ ୩ଟା ବେଳେ ବାଲେଶ୍ୱର ଅତିକ୍ରମ କରୁଥିଲେ । ଏହି ସମୟରେ ଚାଳକଙ୍କ ଆଖି ଲାଗି ଯାଇଥିଲା । ଫଳରେ ବିର୍ଲା ଟାୟାର୍ସ ପାଖ ତାରିଣୀ ମନ୍ଦିର ନିକଟସ୍ଥ ପୋଲର ବାଡ଼ାକୁ ଧକ୍କା ଦେଇ ତଳକୁ କାରଟି ଖସି ପଡ଼ିଥିଲା । ଘଟଣାସ୍ଥଳରେ ରବୀନ୍ଦ୍ର, ସନ୍ତୋଷ, ଦେବାଶିଷଙ୍କର ମୃତୁ୍ୟ ଘଟିଥିଲା । କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଖବରପାଇ ଶିଳ୍ପାଞ୍ଚଳ ଥାନା ଅଧିକାରୀ ମିନତୀ ବିଶ୍ୱାଳ ଓ ଅଗ୍ନିଶମ ଅଧିକାରୀ ପୁରନ ସୋରେନ ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏନେଇ ଶିଳ୍ପାଞ୍ଚଳ ଥାନା କେସ ନଂ. ୬୭/୨୧ରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପଟେ ମୃତକ ଓ ଆହତଙ୍କ ପରିବାର ସଦସ୍ୟ ଖବର ପାଇ ପହଞ୍ଚିବା ପରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons