ପୋଲ ବାଡ଼ରେ ପିଟିହେଲା ବୋଲେରୋ: ୨ମୃତ

Get real time updates directly on you device, subscribe now.

ସାକ୍ଷୀଗୋପାଳ, (ବି.ବି.ନୁ୍ୟଜ): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ଚଣାଗୋରଡ଼ା ନିକଟରେ ବୁଧବାର ଭୋର ୪ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୨ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ବେଗୁନିଆପଦି ଗ୍ରାମର ଲିପିକା ପ୍ରିୟଦର୍ଶିନୀ ସାହୁ(୪) ଓ ଲକ୍ଷ୍ମୀପ୍ରିୟା ରଣା (୫୮) । ଆହତମାନଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।
ପୁଲିସ୍ ସୂଚନା ଅନୁସାରେ ସମସ୍ତେ ଲିପିକାଙ୍କ ମୁଣ୍ଡନ ପାଇଁ ବେଗୁନିଆପଦିରୁ ମଙ୍ଗଳବାର ରାତିରେ ଏକ ବୋଲେରୋ(ଓଡି୦୪ସି-୨୪୮୪) ଯୋଗେ ପୁରୀ ଯାଉଥିଲେ । ଭୋର ୪ଟା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଚଣାଗୋରଡା ନିକଟରେ ରତ୍ନଚିରା ନଦୀ ଉପରେ ନିର୍ମିତ ସେତୁର ବାଡ଼ରେ ପିଟିହୋଇଥିଲା । ଖବର ପାଇ ୪ଟି ଆମ୍ବଲାନ୍ସ ଓ ୨ଟି ଅଗ୍ନିଶମ ଗାଡ଼ି ସହ ସତ୍ୟବାଦୀ ଆଇଆଇସି ଦେବୀ ପ୍ରସାଦ ପାତ୍ର ଏକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚôଥିଲେ । ସମସ୍ତଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ଡାକ୍ତରଖାନା ପଠାଯାଇଥିବାବେଳେ ସେଠାରେ ଡାକ୍ତର ଲିପିକା ଓ ଲକ୍ଷ୍ମୀପ୍ରିୟାକୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ସମ୍ପର୍କରେ ଜାଣି ଡାକ୍ତରଖାନା କ୍ୱାର୍ଟର୍ସରେ ରହୁଥିବା ସମସ୍ତ କର୍ମଚାରୀ ଆହତମାନଙ୍କର ଚିକିତ୍ସା କରିବାକୁ ଆସିଥିଲେ । ଆହତମାନେ ହେଲେ ସଞ୍ଜୟ କୁମାର ସାହୁ(୨୮), ଦିବ୍ୟଜ୍ୟୋତି ସାହୁ(୧୦), ରାଧାମଣୀ ସାହୁ(୩୦), ଲକ୍ଷ୍ମୀପ୍ରିୟା ସାହୁ(୨୧), ରାମଚନ୍ଦ୍ର ସାହୁ(୩୧), ଝୁନୁଲତା ସାହୁ(୨୪), ଶୁଭ୍ରଜିତ ସାହୁ(୧୪), ସୌଭାଗି ପ୍ରିୟଦର୍ଶିନୀ ସାହୁ(୧୦), କାଳନ୍ଦୀ ସାହୁ(୩୫), ବସନ୍ତ କୁମାର ସାହୁ(୩୪), ରଶ୍ମିତା ବେହେରା(୨୩) ଓ ଆଶିଷ କୁମାର ଡାକୁଆ(୩୦) । ମୃତ ଲକ୍ଷ୍ମୀପ୍ରିୟା ଆହତ କାଳନ୍ଦୀଙ୍କ ଶାଶୂ ହୋଇଥିବାବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ଆମ୍ବଗଡ଼ିଆ ଗ୍ରାମରେ ବୋଲି ଜଣାପଡ଼ିଛି । ସତ୍ୟବାଦୀ ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଜବତ କରି ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି । ଏନେଇ ସତ୍ୟବାଦୀ ଥାନାରେ କେସ୍ ନଂ(୯୨/୨୧)ରେ ଏକ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons