ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନ୍ଏସି ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ମହାପାତ୍ରଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି । ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଜିତେନ୍ଦ୍ରଙ୍କ କୁଚିଣ୍ଡା ସ୍ଥିତ ଏନଏସି କାର୍ଯ୍ୟାଳୟ, ଝାରସୁଗୁଡ଼ା ଗୁଜରାତି କଲୋନି ସ୍ଥିତ ଘର, ଏଲ୍ଏନ୍ କଲେଜ ନିକଟ ବିଲ୍ଡିଂ, କୋଲାବିରା ସ୍ଥିତ ପୈତୃକ ଘର, ସମ୍ୱଲପୁର ସ୍ଥିତ ବାସଭବନ, ସମ୍ୱଲପୁର ସ୍ଥିତ ଶ୍ୱଶୁର ଘର ଆଦିରେ ଚଢ଼ଉ କରାଯାଇଛି ।
ରାଉରକେଲା ଭିଜିଲାନ୍ସ ଡିଏସ୍ପି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଠାରେ ଚଢ଼ଉ କରାଯାଇଥିଲା । ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼ ଓ ରାଉରକେଲାର ଭିଜିଲାନ୍ସ ବିଭାଗୀୟ ଅଧିକାରୀମାନେ ଏଥିରେ ସାମିଲ ଥିଲେ । ୩ଟି ଦୁଇ ମହଲା ବିଶିଷ୍ଟ ଘର ଯାହାର ମୂଲ୍ୟ ୭୬,୫୮,୧୯୮ ଏବଂ ୧,୦୧,୪୭୫ ଟଙ୍କା ମୂଲ୍ୟର ଝାରସୁଗୁଡ଼ା ସହରରେ ଏକ ପ୍ଲଟ୍ ଠାବ କରାଯାଇଛି । ଅନ୍ୟପଟେ ସୁନା ଅଳଙ୍କାର, ଗାଡ଼ିମଟର ଆଦି ୧୨,୪୩,୪୩୭ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ୧୮,୮୨,୭୮୮ ଟଙ୍କାର ବ୍ୟାଙ୍କ ଜମା ଥିବା ବେଳେ ୨,୭୦,୦୦୦ ନଗଦ ଟଙ୍କା ମିଳିଛି । ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇ ମୋଟ ପ୍ରାୟ ୧ କୋଟି ୧୧ ଲକ୍ଷ ୫୫ହଜାର ୮୯୮ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଏସ୍ପି ଭିଜିଲାନ୍ସ ସମ୍ବଲପୁର ଡିଭିଜନ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.