ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କୁ ପଦ୍ମଭୂଷଣ ,୧୦ ଓଡ଼ିଆଙ୍କୁ ପଦ୍ମଶ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସ ପାଇବେ ପଦ୍ମଭୂଷଣ । ଆଉ ୧୦ଜଣ ଓଡ଼ିଆଙ୍କୁ ପ୍ରଦାନ କରାଯିବ ପଦ୍ମଶ୍ରୀ ପୁରସ୍କାର । ଆଜି ସନ୍ଧ୍ୟାରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା ହୋଇଛି ।
ଓଡ଼ିଶା ପାଇଁ ବଡ଼ ଖୁସିର କଥା ହେଉଛି ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗାନ୍ଧୀବାଦୀ ପିତା-ପୁତ୍ରୀ ୭୬ବର୍ଷୀୟ ପ୍ରଫେସର ରାଧାମୋହନ ଏବଂ ୪୭ବର୍ଷୀୟା ତାଙ୍କ ଝିଅ ସାବରମତୀ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି । ସେହିପରି କଳା କ୍ଷେତ୍ରରେ ପ୍ରଖ୍ୟାତ ଫିଲ୍ମ ନିଦେ୍ର୍ଧଶକ ତଥା ୮ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ବିଶିଷ୍ଟ ନିର୍ମାତା ସ୍ୱର୍ଗତ ମନମୋହନ ମହାପାତ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ କରାଯାଇଛି । ଏଥିସହତ ଓଡ଼ିଶା ବାହାରେ ରହୁଥିବା ବିଭିନ୍ନ ଓଡ଼ିଆ ବ୍ୟକ୍ତି ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି । ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ନାଗାଲାଣ୍ଡର ଲୋକପ୍ରିୟ ଜନନେତା ଡ. ଏସ୍.ସି. ଜମିର ମଧ୍ୟ ପଦ୍ମଭୂଷଣ ପାଇବେ ବୋଲି ଘୋଷଣା କରାଯାଇଛି ।
ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସ ପଦ୍ମଭୂଷଣ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ଓଡ଼ିଶାର ହୋଇଥିଲେ ମଧ୍ୟ ପୁଡୁଚେରୀ ରାଜ୍ୟ ପକ୍ଷରୁ ଏ ପୁରସ୍କାର ଗ୍ରହଣ କରିବେ । ସେହିପରି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ବାରିପଦାର ଡ. ଦମୟନ୍ତୀ ବେଶ୍ରା, କଳାରେ ଘୋଡ଼ା ନାଚ ଶିଳ୍ପୀ କଟକ-ଚୌଦ୍ୱାରର ଉତ୍ସବ ଚରଣ ଦାସ, ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ଗୀତିକାର ସମ୍ବଲପୁର-ବାମରାର ମିତ୍ରଭାନୁ ଗୌନ୍ତିଆ, ଶିକ୍ଷା ଓ ସାହିତ୍ୟରେ କଟକର ବିଶିଷ୍ଟ ଗାଳ୍ପିକା ବୀଣାପାଣି ମହାନ୍ତି, ବିଶିଷ୍ଟ ପ୍ରାଣୀ ଚିକିତ୍ସକ ଡ. ବଟକୃଷ୍ଣ ସାହୁ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି ।
ଏଥର ଓଡ଼ିଶା ବାହାରେ ରହୁଥିବା ୩ଜଣ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ଲାଗି ମନୋନୀତ କରାଯାଇଛି । ସାହିତି୍ୟକ ମନୋଜ ଦାସଙ୍କ ସମେତ ମେଡିସିନ୍ କ୍ଷେତ୍ରରେ ଡ. ଦିଗମ୍ବର ବେହେରା ଚଣ୍ଡିଗଡ଼ରୁ ଏବଂ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଆମେରିକାରେ ରହୁଥିବା ବିଶିଷ୍ଟ ଅର୍ଥନୀତି ପ୍ରଫେସର ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ ମନୋନୀତ ହୋଇଛନ୍ତି । ଶ୍ରୀ ବେହେରା ଓ ଶ୍ରୀ ପଟ୍ଟନାୟକ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଛନ୍ତି ।
ମୋଟ୍ ୧୪୧ ଜଣଙ୍କୁ ପଦ୍ମ ପୁରସ୍କାର ଲାଗି ମନୋନୀତ କରାଯାଇଥିବା ବେଳେ ୭ଜଣ ପଦ୍ମବିଭୂଷଣ, ୧୬ଜଣ ପଦ୍ମଭୂଷଣ ଏବଂ ୧୧୮ଜଣ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୁରସ୍କାର ତାଲିକାରେ ୧୮ଜଣ ବିଦେଶୀ ଥିବାବେଳେ ୧୨ଜଣ ମରଣୋତ୍ତର ଭାବେ ପୁରସ୍କାର ପାଇବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons