ପ୍ରଜ୍ଞାପନ ମେଢ଼ ପୁରସ୍କାର ଗ୍ରହଣ କଲା ଓଡ଼ିଶା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆଦିଲ୍ଲୀର ରାଜପଥଠାରେ ଅନୁÂିତ ଜାତୀୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଏବଂ ପ୍ରଜ୍ଞାପନ ମେଢ଼କୁ ଡିଜାଇନ୍ କରିଥିବା ଖ୍ୟାତନାମା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀରେ ଅନୁÂିତ ହେଉଥିବା ରୁକୁଣା ରଥ ଯାତ୍ରା ସହ ଲିଙ୍ଗରାଜ ମନ୍ଦିର ଓ ମନ୍ଦିରମାଳିନୀ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ଝଲକ ଏହି ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶିତ ହୋଇଥିଲା । ଓମ୍ ନମଃ ଶିବାୟ ଧ୍ୱନି ସହ ମନ୍ଦିରର ନିଖୁଣ କାରୁକାର୍ଯ୍ୟ, ମନ୍ଦିର ମଧ୍ୟରେ ଥିବା “ନନ୍ଦୀ’, ଚମକ୍ରାର ଓଡ଼ିଶୀ ନୃତ୍ୟ ମେଢ଼ର ଶୋଭା ବଢ଼ାଇଥିଲା । ଏହି ପୁରସ୍କାର ପାଇବା ରାଜ୍ୟବାସୀଙ୍କୁ ଅତ୍ୟନ୍ତ ଗୌରବାନ୍ୱିତ କରିଛି । ଏକାଦଶ ଶତାବ୍ଦୀର ଅନନ୍ୟ କୀର୍ତ୍ତି ଏକାମ୍ର କ୍ଷେତ୍ରର ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ତଥା ଏହାର ପାରିପାଶ୍ୱିର୍କ ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଲିଙ୍ଗରାଜ ମହାପ୍ରଭୁଙ୍କ ସଂସ୍କୃତିକୁ ଆଧାର କରି ଓଡ଼ିଶା ପ୍ରଦର୍ଶିତ ଏହି ପ୍ରଜ୍ଞାପନ ମେଢ଼ ପୁରସ୍କୃତ ହେବା ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons