ପ୍ରତିଶୋଧ ପାଇଁ ବୋମାମାଡ଼: ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ପ୍ରତିଶୋଧ ପରାୟଣ ହୋଇ ଫିଙ୍ଗିଲା ବୋମା । ଦୌଡିବା ବେଳେ ଗୋଡାଇ ଧରିଲା ପୁଲିସ । ଏନେଇ ଏକ ମାମଲା ରୁଜୁ କରି ଟାଉନ୍ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ହେଲା ହରଚଣ୍ଡୀ ସାହି ଢିପଯାଗା ଚକ୍ରକୋଟ ଲେନ୍ର ସଦାଶିବ ମାନସିଂହ ଓରଫ ମିକି (୨୬) । ଶନିବାର ଅପରାହ୍ନରେ ତାକୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଥିବା ପୁଲିସ କହିଛି ।
ଶନିବାର ଭୋର୍ ସାଢେ ୩ଟା । ଦାମୋଦର ରୋଡସ୍ଥିତ କାଶିଆ ମହାସୁଆରଙ୍କ ଭାଇ ବୈଦ୍ୟନାଥ ମହାସୁଆରଙ୍କ ଘର ଉପରକୁ ବୋମାମାଡ଼ କରିଥିଲା ମିକି । ୩ଟି ବୋମା ମାଡ କରି ଦୌଡିବାବେଳେ ଉପସ୍ଥିତ ପୁଲିସ ଟିମ୍ ତାକୁ ଗୋଡାଇ ଧରିଥିଲା । ତା’ ନିକଟରୁ ୪ଟି ବୋମା ମିଳିଥିଲା । ଏନେଇ ବୈଦ୍ୟନାଥଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଛି ।
ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ଜୁଲାଇ ୯ ତାରିଖରେ କାଶିଆଙ୍କ ଗୋÂୀ ମିଶି ମିକିକୁ ହାଣିଥିଲେ । ଫଳରେ ମିକିର ଅବସ୍ଥା ସଙ୍ଗିନ ହୋଇଥିଲା । ଏନେଇ କାଶିଆ ଓ ମିକି ପକ୍ଷରୁ ପରସ୍ପର ବିରୋଧରେ ୨ଟି ମାମଲା ରୁଜୁ ହୋଇଥିଲା । ମିକିର ସାଙ୍ଗ ସେହି ଅଞ୍ଚଳର ରଞ୍ଜିତ ସାହୁ ଓରଫ ରଞ୍ଜିକୁ ଗତ ୯ ତାରିଖରେ ସଂଘବଦ୍ଧ ଆକ୍ରମଣ କରିଥିଲେ କାଶିଆଙ୍କ ଗୋÂୀ । ପୌରସଂସ୍ଥା ଅଧୀନରେ ଥିବା ଏକ ଜମିକୁ ଦଖଲ କରିବାକୁ କେନ୍ଦ୍ର କରି ଆକ୍ରମଣ କରିଥିଲେ । ଏଥିରେ ରଞ୍ଜି ଅବସ୍ଥା ସଙ୍କଟାପନ୍ନ ହୋଇଛି । ରଞ୍ଜିକୁ ଏବେ କଟକ ଏସ୍ସିବି ମେଡିକାଲ୍ ନୁ୍ୟରୋ ସର୍ଜରୀରେ ଚିକିତ୍ସା କରାଯାଉଛି । ସେପଟେ ରଞ୍ଜିଙ୍କ ବାପାଙ୍କ ଏତଲା କ୍ରମେ କାଶିଆ ଗିରଫ ହୋଇଥିବା ପୁଲିସ କହିଛି ।
ଏହି ଘଟଣାକୁ କେନ୍ଦ୍ର କରି କାଳେ କିଛି ଅପରାଧ ଘଟିବ ତେଣୁ କାଶିଆ ଓ ରଞ୍ଜି ଘର ଅଞ୍ଚଳରେ ପିସିଆର୍ ଡୁ୍ୟଟି କରୁଛି । ରାତି ସାଢେ ୩ଟାରେ ୫ନମ୍ବର ପିସିଆର୍ ପାଟ୍ରୋଲିଂ କରୁଥିବାବେଳେ ୩ଟି ବୋମା ଫୁଟିବା ଶବ୍ଦ ଶୁଭିଥିଲା । ତେଣୁ ପୁଲିସ ଟିମ୍ ଭ୍ୟାନ୍ ନନେଇ ଶବ୍ଦ ଶୁଭିଥିବା ଦିଗକୁ ଦୌଡି ଯାଇଥିଲେ । ସେହି ଦିଗରୁ ଏକ ଆସୁଥିଲା ମିକି । ତାକୁ କାବୁ କରିଥିଲା ପୁଲିସ ଟିମ୍ । ଆଉ ୨ଜଣ ଅନ୍ୟ ଦିଗ ଦେଇ ଖସିଯାଇଥିବା ପୁଲିସ ଅନୁମାନ କରୁଥିବା କହିଛନ୍ତି ଆଇଆଇସି ଶ୍ରୀ ଦାସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons