ରାଉରକେଲା,(ବି.ବି.ନୁ୍ୟଜ୍): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସକ୍ରିୟ ଥିବା ମାଓବାଦୀ ସଂଗଠନର ଦକ୍ଷିଣ ଜୋନାଲ କମିଟି ଆସନ୍ତା ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ୧୫ତମ ପ୍ରତିÂା ଦିବସ ପାଳନ କରିବ । ଏଥିପାଇଁ ନକ୍ସଲମାନେ ସୀମାବର୍ତ୍ତୀ ଇଲାକାରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି ।
ଝାଡ଼ଖଣ୍ଡ ସୋନୁଆର ଲୋଟାପାହାଡ଼ ବିଗୁଣ ଅଞ୍ଚଳରେ ଗତକାଲି ରାତିରେ ନକ୍ସଲମାନେ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି । ଉକ୍ତ ବ୍ୟାନରରେ ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ଉଲ୍ଲେଖ ରହିଥିବା ବେଳେ ପ୍ରତିÂା ଦିବସରେ ସାମିଲ ହେବାକୁ ଲୋକଙ୍କୁ ଆହ୍ୱାନ କରାଯାଇଛି । ପ୍ରତିÂା ଦିବସ ପାଳନ କରିବା ଲାଗି ନକ୍ସଲମାନେ ଜୋରସୋରରେ ଲାଗି ପଡ଼ିଛନ୍ତି । ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲମାନେ ବୈଠକ କରି ପ୍ରତିÂା ଦିବସକୁ କିଭଳି ସଫଳ କରାଯିବ ସେ ନେଇ ଆଲୋଚନା କରିଛନ୍ତି ।
ପ୍ରତିÂା ଦିବସରେ ଦେବଗଡ଼-ସମ୍ବଲପୁର-ସୁନ୍ଦରଗଡ଼ ଡିଭିଜନର ମାଓ ନେତା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟର ସେଣ୍ଟ୍ରାଲ କମିଟି ସଦସ୍ୟମାନେ ସାମିଲ ହେବେ ବୋଲି ଜଣାପଡ଼ିଛି । ପ୍ରତିÂା ଦିବସ ସମୟରେ ନକ୍ସଲମାନେ କୌଣସି ସ୍ଥାନରେ ବଡ଼ଧରଣର ହିଂସାକାଣ୍ଡ ଘଟଣା ଘଟାଇ ପାରନ୍ତି । ନକ୍ସଲଙ୍କ ପକ୍ଷରୁ ପ୍ରତିÂା ଦିବସ ପାଳନ ଲାଗି ପୋଷ୍ଟର ଓ ବ୍ୟାନର ଲଗାଯିବା ପରେ ଉଭୟ ରାଜ୍ୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଆଜି ଯବାନମାନେ ଉକ୍ତ ପୋଷ୍ଟର ଓ ବ୍ୟାନରଗୁଡ଼ିକୁ ଜବତ କରିବା ସହ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରି ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମ ଜିଲ୍ଲା ଗୁଦ୍ଡି ଥାନା ଅନ୍ତର୍ଗତ କୁଟିପି ଅଞ୍ଚଳରେ ନକ୍ସଲମାନେ ରାସ୍ତା କାମରେ ନିୟୋଜିତ ଜେସିବି ଓ ଟ୍ରାକ୍ଟରକୁ ନିଅାଁ ଲଗାଇ ଜାଳି ଦେଇଥିବା ନଜିର ରହିଛି ।
Comments are closed, but trackbacks and pingbacks are open.